ଭୁବନେଶ୍ୱର, ଫେବ୍ରୁଆରୀ ୧(ଲୋକାଲ ୱାୟାର): ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ବେଳେ ୨୨ ତାରିଖରେ ୨୦୨୧-୨୨ର ରାଜ୍ୟ ବଜେଟ ଉପସ୍ଥାପନ ହେବ ବୋଲି ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ୩୧ ଦିନ କାର୍ଯ୍ୟ ହେବ । ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ।
ଫେବ୍ରୁଆରୀ ୧୮ରେ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହକୁ ଉଦବୋଧନ କରିବେ ।
୧୯ ଓ ୨୦ ତାରିଖ ଦୁଇ ଦିନ ରାଜ୍ୟପାଳଙ୍କ ଭାଷଣ ଉପରେ ଗୃହରେ ଆଲୋଚନା ହେବ ।
ଫେବ୍ରୁଆରୀ ୨୪, ଏପ୍ରିଲ ୫, ଏପ୍ରିଲ ୭ ଏବଂ ଏପ୍ରିଲ ୯ ତାରିଖରେ ବିଭିନ୍ନ ବିଲ୍ ଉପସ୍ଥାପନ କରାଯିବ ।
ଫେବ୍ରୁଆରୀ ୨୫ରୁ ୨୭ ତାରିଖ ତିନି ଦିନ ବଜେଟ ଉପରେ ଗୃହରେ ଆଲୋଚନା କରାଯିବ । ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଂଜୁରୀ ବିଲ୍ ଉପସ୍ଥାପନ ହେବ ।
ଲୋକାଲ ୱାୟାର
Leave a Reply