ଭୁବନେଶ୍ୱର, ଅକ୍ଟୋବର ୧୬(ଲୋକାଲ ୱାୟାର): ଆସନ୍ତା ୧୯ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲୁଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଥିବା ପିସିସିଏଫ ହରିଶଙ୍କର ଉପାଧ୍ୟୟ ଶୁକ୍ରବାର କହିଛନ୍ତି ।
ନିର୍ଦ୍ଦେଶାବଳୀ ଅନୁସାରେ, ସମସ୍ତ ପର୍ଯ୍ୟଟକଙ୍କ ପାଇଁ ମାସ୍କ ଓ ଉଦ୍ୟାନକୁ ଯିବା ପୂର୍ବରୁ ହେଲଥ୍ ସ୍କ୍ରିନିଂ ବାଧ୍ୟତାମୂଳକ ହେବ ।
କେହି ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ଥିଲେ ସେମାନଙ୍କୁ ଉଦ୍ୟାନକୁ ଛଡ଼ାଯିବନାହିଁ । ଛୋଟ ପିଲା ଓ ବୟସ୍କଙ୍କୁ ନ ଆଣିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଉଦ୍ୟାନ ମଧ୍ୟକୁ ଦିନକୁ ସର୍ବାଧିକ ୫ ଶହ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ।
ଏହା ମଧ୍ୟରେ ଉଭୟ ସଡ଼କ ପଥରେ ଏବଂ ଗୁପ୍ତି, ଖୋଲା ଓ ଚାନ୍ଦବାଲିିରୁ ବୋଟ୍ ଯୋଗେ ଆସୁଥିବା ପର୍ଯ୍ୟଟକ ସାମିଲ । ଉଭୟ ସରକାରୀ ଓ ବେସରକାରୀ ବୋଟ ଗୁଡ଼ିକରେ ୫୦% କ୍ଷମତାର ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ ।
ଲୋକାଲ ୱାୟାର
Leave a Reply