ଭୁବନେଶ୍ୱର, ଜାନୁଆରୀ ୧୬(ଲୋକାଲ ୱାୟାର): ଓଡ଼ିଆ ସ୍ୱାଭିମାନ,ସଂସ୍କୃତି,ଐତିହ୍ୟ ଓ ପରମ୍ପରାର ସୁରକ୍ଷା ଓ ସଂପ୍ରସାରଣ ଉଦେ୍ଦଶ୍ୟରେ ସଂଭାବନା ପକ୍ଷରୁ ଭୁବନେଶ୍ୱର ଠାରେ ପଞ୍ଚଦଶ ବର୍ଷ ପାଇଁ ଅନୁଷ୍ଠିତ ହେଉଛି ‘ପ୍ରଣବ ପ୍ରଣାମ’ ।
ଆସନ୍ତା ୧୯ ତାରିଖ ସନ୍ଧ୍ୟା ୫ଟାରେ ପ୍ରଣବ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ୟୁନିଟ୍-୨ ପ୍ରାଥମିକ ବିଦ୍ୟାଳୟର ମୁକ୍ତାକାଶ ମଞ୍ଚରେ ଆୟୋଜିତ ହେବ ଏହି ଉତ୍ସବ ।
ଏଥିରେ ସ୍ୱୟଂ ପ୍ରଣବ କିଶୋର ପଟ୍ଟନାୟକଙ୍କ ସମେତ ଛନ୍ଦା ମିଶ୍ର, ଲିପ୍ସା ମିଶ୍ର, ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ଋତିକା ରିମ୍ ଝିମ୍, ଇପ୍ସିତା ମହାନ୍ତି, ପୁଣ୍ୟତା ଦାଶ, ବିପୁଲ ଆଦି ଜଣାଶୁଣା ସଙ୍ଗୀତ ଶିଳ୍ପୀମାନେ ପ୍ରଣବ ସଙ୍ଗୀତ ପରିବେଷଣ କରିବେ ।
ଏଥିସହ ପ୍ରତିବର୍ଷ ଦିଆଯାଉଥିବା “ପ୍ରଣବ ପରମ୍ପରା ସମ୍ମାନ’ ଚଳିତ ବର୍ଷ କରୋନା କଟକଣା ଦୃଷ୍ଟିରୁ ପରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ।
ଏହି ବିଷୟ ସଂଭାବନାର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା, ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି, ରାଜଶ୍ରୀ ଶତପଥୀ, ଛନ୍ଦା ମିଶ୍ର ତଥା ଅନ୍ୟ କର୍ମକର୍ତ୍ତାମାନେ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଙ୍ଗୀତ ସନ୍ଧ୍ୟାକୁ ଉପଭୋଗ କରିବାକୁ ସଙ୍ଗୀତପ୍ରେମୀମାନଙ୍କୁ ସଂଭାବନା ପକ୍ଷରୁ ଅନୁରୋଧ କରାଯାଇଛି ।
ଲୋକାଲ ୱାୟାର
Leave a Reply