ଭୁବନେଶ୍ୱର, ଅଗଷ୍ଟ ୧୭(ଲୋକାଲ ୱାୟାର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା ୧୯ ତାରିଖ (ବୁଧବାର)ରେ ଏବଂ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ୩୧ ତାରିଖ ପୂର୍ବରୁ ପ୍ରକାଶ ପାଇବ ବୋଲି ସୋମବାର କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
୧୯ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଛାତ୍ରଛାତ୍ରୀ http://orissaresults.nic.in/ ,http://www.chseodisha.nic.in/, http://examresults.net/ୱେବସାଇଟରୁ ବାଣିଜ୍ୟ ପରୀକ୍ଷା ଫଳ ପାଇପାରିବେ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇସାରିଛି ।
ଲୋକାଲ ୱାୟାର
Leave a Reply