ପୁରୀ, ଜାନୁଆାରୀ ୧୦(ଲୋକାଲ ୱାୟାର): ଆସନ୍ତା ୨୧ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍ କଟକଣା ପ୍ରତ୍ୟାହାର କରାଯିବ ବୋଲି ରବିବାର ଏକ ସମୀକ୍ଷା ବୈଠକ ପରେ କହିଛନ୍ତି ଶ୍ରୀମନ୍ଦିିର ମୁଖ୍ୟ ପ୍ର୍ରଶାସକ କ୍ର୍ରିଷନ କୁମାର ।
ଏବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ କୋଭିଡ ନେଗେଟିଭ୍ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ପଡ଼ୁଛି ।
ଏହି କଟକଣାକୁ ଆସନ୍ତା ୨୧ ତାରିଖରୁ ହଟାଇ ନିଆାଯିବ । ୨୧ ତାରିଖରୁ ଦୈନିକ ୩୦ ହଜାର ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁୁମତି ଦେବାକୁ ମଧ୍ୟ ସ୍ଥିର କରାଯାଇଥିବା ସେ କହିଛନ୍ତି ।
ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ତେଣୁ ପ୍ରତି ରବିବାର ଦର୍ଶନ ବନ୍ଦ ରଖାଯିବ ବୋଲି ସମୀକ୍ଷା ବୈଠକରେ ସ୍ଥିର କରାଯାଇଛି ।
ଅପରପକ୍ଷରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏବେ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି କରାଯିବ ।
ଏହାଦ୍ୱାରା ସେମାନେ ସୁରୁଖୁରୁରେ ଦର୍ଶନ କରିପାରିବେ ବୋଲି କୁହାଯାଇଛି । ଏବେ ଶ୍ରୀମନ୍ଦିର ଦୈନିକ ସକାଳ ୮ଟାରେ ଭକ୍ତଙ୍କ ପାଇଁ ଖୋଲୁଛି ।
ତେବେ ନୂତନ ନିଷ୍ପତ୍ତି ଅନୁସାାରେ ଆସନ୍ତା ୨୧ ତାରିଖରେୁ ମନ୍ଦିରରେ ସକାଳ ୭ଟାରୁ ଦର୍ଶନ ଆରମ୍ଭ କରାଯିବ ।
ତେବେ ଏହା ପୂର୍ବରୁ ଅର୍ଥାତ ସକାଳ ୬ଟାରୁ ୭ ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପୁରୀ ସହରବାସୀଙ୍କୁ ଠାକୁର ଦର୍ଶନର ସୁଯୋଗ ଦିଆଯିବ ।
୭ଟା ପରେ ପୁରୀ ସହରବାସୀ କେହି ଆସିଲେ ସେମାନେ ଅନ୍ୟ ଭକ୍ତଙ୍କ ସହ ଧାଡ଼ିରେ ଦର୍ଶନ ପାଇଁ ଯିବେ । ଜାନୁଆରୀ ୧ ତାରିଖରୁ ଫେବୃଆାରୀ ୨୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ କାଏମ ରହିବ ।
ତେବେ ବର୍ତ୍ତମାନ ପାଇଁ ଭକ୍ତମାନେ ଆନନ୍ଦବଜାରରେ ବସି ଅଭଡ଼ା ଖାଇବାକୁ ଅନୁମତି ଦିଆଯିବ ନାହିଁ । ଭକ୍ତମାନେ ଅଭଡ଼ା ନେଇ ଘରକୁ କିମ୍ବା ଶ୍ରୀମନ୍ଦିର ବାହାରକୁ ଯାଇ ଖାଇପାରିବେ ।
ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ପ୍ରାୟ ୯ ମାସ ଧରି ବନ୍ଦ ଥିବା ଶ୍ରୀମନ୍ଦିର ଗତ ଡିସେମ୍ବର ୨୩ ତାରିଖରୁ ପୁଣି ଭକ୍ତଙ୍କ ପାଇଁ ଖୋଲାଯାଇଛି ।
ପ୍ରଥମେ କେବଳ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ସକାଶେ ଅନୁମତି ଦିଆଯାଇଥିଲା ।
ଡିସେମ୍ବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ଦର୍ଶନ ଅନୁମତି ଦିଆଗଲା ଏବଂ ଜାନୁଆରୀ ୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଦର୍ଶନ ସୁଯୋଗ ଦିଆଯାଇଛି ।
ଲୋକାଲ ୱାୟାର
Leave a Reply