ପୁରୀ, ନଭେମ୍ବର ୨୪(ଲୋକାଲ ୱାୟାର): ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେଉଥିବା ବେଳେ ଏହା ଦର୍ଶନ ସୁଯୋଗ ଭକ୍ତଙ୍କୁ ମିଳିପାରିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ କହିଛନ୍ତି ।
ବୈଠକର ନିଷ୍ପତ୍ତି ଅନୁସାରେ, ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିର ଭିତରକୁ ସେବାୟତଙ୍କ ବ୍ୟତୀତ କାହାରିକୁ ଛଡ଼ା ଯିବନାହିଁ ।
ସମ୍ପୂର୍ଣ୍ଣ ଅଞ୍ଚଳ ବ୍ୟାରିକେଡ ମଧ୍ୟରେ ରହିବ ।
ବ୍ୟାରିକେଡ ମଧ୍ୟକୁ ଅନୁମତି ପାଇଥିବା ଗାଡ଼ି କେବଳ ଯାଇପାରିବେ ।
ତେବେ ସିଂହଦ୍ୱାର ବିଜେ ପତିତପାବନଙ୍କ ନାଗାର୍ଜୁନ ବେଶ ହେବ ନାହିଁ ।
ନାଗାର୍ଜୁନ ବେଶ ଦିନ ସେବାୟତ, କର୍ମଚାରୀ କାହାରିକୁ ଶ୍ରୀମନ୍ଦିିର ଭିତରକୁ ମୋବାଇଲ ଫୋନ୍ ନେଇ ଯିବାକୁ ଅନୁମତି ମିଳିବନି ବୋଲି ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply