• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଆସନ୍ତା ୬ରୁ ଧଉଳି-କଳିଙ୍ଗ ମହୋତ୍ସବ

ଆସନ୍ତା ୬ରୁ ଧଉଳି-କଳିଙ୍ଗ ମହୋତ୍ସବ

January 30, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ଆସନ୍ତା ଫେବ୍ରୁଆରୀ ୬ ରୁ ୮ ପର୍ଯ୍ୟନ୍ତ ତିନିଦିନବ୍ୟାପୀ ଐତିହାସିକ ଧଉଳି ପାହାଡ଼ ପାଦ ଦେଶରେ ଅନୁଷ୍ଠିତ ହେବ ସପ୍ତଦଶ ଧଉଳି-କଳିଙ୍ଗ ମହୋତ୍ସବ ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆର୍ଟ ଭିଜନ ସହଯୋଗରେ ଏହି ମହୋତ୍ସବ ହେବ ।

ଏହି ଅବସରରେ ଓଡ଼ିଶୀ ସଙ୍ଗୀତ ଗୁରୁ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ବୁଦ୍ଧ ସମ୍ମାନ ପ୍ରଦାନ କରାଯିବ ।

ରୁଚି ପ୍ରତିଭା ଫାଉଣ୍ଡେସନ ଓ ଏକାଡେମୀ ପକ୍ଷରୁ ତାଙ୍କୁ ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର, ଅଙ୍ଗବସ୍ତ୍ର ପ୍ରଦାନ କରାଯିବ । ସେହିପରି ୪ଜଣଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ।

ସେମାନେ ହେଲେ ବୀଣା ବାଦକ କେ. ରାମାରାଓ ପାତ୍ରୋ, ନୃତ୍ୟ ଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ର ଏବଂ ମରଣୋତ୍ତର ଭାବେ ଶବ୍ଦ ଓ ସଙ୍ଗୀତ ସଂଯୋଜକ ତାରାକାନ୍ତ ପଣ୍ଡାଙ୍କୁ ସମ୍ମାନିତ କରାଯିବ ।

ଏହି ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା, ମାନପତ୍ର, ଅଙ୍ଗବସ୍ତ୍ର ଦିଆଯିବ । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ।

ପ୍ରଥମ ସନ୍ଧ୍ୟାରେ ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓଡ଼ିଶୀ, ଅସୀମବନ୍ଧୁ ଭଟ୍ଟାଚାର୍ଯ୍ୟଙ୍କ ଉପାସନା ସେଣ୍ଟର୍ ଫର୍ ଡ୍ୟାନ୍ସ କୋଲକାତା କଥକ, ସଦାଶିବ ପ୍ରଧାନଙ୍କ ଆଙ୍ଗିକ ମୟୂରଭଞ୍ଜ ଛଉ, ଦ୍ୱିତୀୟ ସନ୍ଧ୍ୟାରେ ଇଲିଆନା ସିତାରିସ୍ତିଙ୍କ ଆର୍ଟ ଭିଜନ ଓଡ଼ିଶୀ, ଅନୀତା ଗୁହାଙ୍କ ଭାରତାଞ୍ଜଳୀ ଚେନ୍ନାଇ ଭାରତନାଟ୍ୟମ୍, ସୁଶାନ୍ତ ମାହାନ୍ତୋଙ୍କ ପୁରୁଳିଆ କାଳିପଦ ଛଉ ନୃତ୍ୟ ସମିତି ପୁରୁଳିଆ ଛଉ, ତୃତୀୟ ସନ୍ଧ୍ୟାରେ ସ୍ୱପ୍ନାରାଣୀ ସିହ୍ନାଙ୍କ ନୃତ୍ୟ ନିଳୟ ଅନୁଗୁଳ ଓଡ଼ିଶୀ, ବେଙ୍ଗାଲୁରୁରୁ ବୈଜୟନ୍ତୀ କାଶୀଙ୍କ ଶାମ୍ଭବୀ ସ୍କୁଲ୍ ଅଫ୍ ଡ୍ୟାନ୍ସର କଳାକାର କୁଚିପୁଡ଼ି, ନୂଆଦିଲ୍ଲୀ ଆଚାର୍ଯ୍ୟ ଛଉ ନୃତ୍ୟ ବିଚିତ୍ରର କଳାକାରମାନେ ଶଶଧର ଆଚାର୍ଯ୍ୟଙ୍କ ନିଦେ୍ର୍ଦଶନାରେ ଷଢ଼େଇକଳା ଛଉ ପରିବେଷଣ କରିବେ ।

କୋଭିଡ୍ କଟକଣା ପାଇଁ କମ୍ ସଂଖ୍ୟକ ଦର୍ଶକଙ୍କ ଲାଗି ବ୍ୟବସ୍ଥା ହୋଇଛି । ଅଧିକ ଦର୍ଶକଙ୍କୁ ଯୋଡ଼ିବା ପାଇଁ ପର୍ଯ୍ୟଟନ ବିଭାଗ ଏହାକୁ ଭର୍ଚୁଆଲ୍ ମୋଡରେ ପ୍ରସାରଣ କରିବେ । ଦୂରଦର୍ଶନ ପକ୍ଷରୁ ଲାଇଭ୍ ପ୍ରସାରଣ ହେବ ।

ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ, ସହଯୋଗୀ ନିଦେ୍ର୍ଦଶକ ରତିକାନ୍ତ ପଟ୍ଟନାୟକ, ଅରୁଣା ମହାନ୍ତି, ଇଲିଆନା ସିତାରିସ୍ତି ଉପସ୍ଥିତ ଥିଲେ ।
ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire