ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏବଂ ତାଙ୍କ ସୁରକ୍ଷାରେ ୫୦ ପ୍ଲାଟୁନ ପୁଲିସ ମୁତୟନ ହେବେ ବୋଲି ଡିଜିପି ଡ. ସତ୍ୟଜିତ ମହାନ୍ତି ସୋମବାର ସୂଚନା ଦେଇଛନ୍ତି ।
୭ ତାରିଖ ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷାରେ ରାଜଭବନକୁ ଯାଇ ରାତ୍ରୀଯାପନ କରିବେ ।
ପରଦିନ ସକାଳେ ବିମାନ ବନ୍ଦରରୁ ହେଲିକପ୍ଟରରେ ଖୋର୍ଦ୍ଧା ଗୋଶାଳା ପଡ଼ିଆକୁ ଯିବେ ।
ସେଠାରୁ ବରୁଣେଇ ଯାଇ ସାଧାରଣ ସଭାରେ ଯୋଗଦେବା ପରେ ହେଲିକପ୍ଟର ଯୋଗେ ବିମାନ ବନ୍ଦରକୁ ପ୍ରତ୍ୟାବର୍ତ୍ତନ କରିବେ ।
ସେଠାରୁ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଯାଇ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ସାମିଲ ହେବେ । ଅପରାହ୍ଣ ୧.୪୫ରେ ରାଜଭବନକୁ ଆସି ମଧ୍ୟାହ୍ନ ଭୋଜନ କରିବା ପରେ ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
ଗସ୍ତ କାଳରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩ ଜଣ ଡିସପଌି, ୮ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଡିଏସପି, ୧୫ ଜଣ ଏସିପି, ଖୋର୍ଦ୍ଧା ଏସପି, ଅତିରିକ୍ତ ଏସପି ନିୟୋଜିତ ହେବେ ।
ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାର ତଦାରଖ ନିମନ୍ତେ ସୋମବାର ଭୁବନେଶ୍ୱର ସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ପୁଲିସ ଅଫିସରମାନେ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply