ଭୁବନେଶ୍ୱର, ଏପ୍ରିଲ ୨୯(ଲୋକାଲ ୱାୟାର): ରାଜ୍ୟ ସରକାର ବୁଧବାର ୧୦ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ବେଳେ ଅନ୍ୟ କେତେକ ପୁରୁଣା ଆକ୍ରାନ୍ତଙ୍କ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।
କୋଲକାତାରୁ ପେରିଥିବା କୋରାପୁଟ ଜିଲ୍ଲା ପୋଡ଼ାଗଡ଼ର ଜଣେ ୨୨ ବର୍ଷର ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ କୋଲକାତାରୁ ଅନ୍ୟ ୨ଜଣଙ୍କୁ ସହ ଏକ ଭଡ଼ା କାରରେ ପୋଡ଼ାଗଡ଼ ଆସିଥିଲେ(ଏପ୍ରିଲ୧୩-୧୪ ।
ଏପ୍ରିଲ ୧୪ରୁ ୨୭ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ ହୋମରେ ଥିଲେ । ଲକ୍ଷଣ ନଥିଲେ ମଧ୍ୟ ନମୁନା ପଠାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିବା ପରେ ଭୁବନେଶ୍ୱରର କିମ୍ସ ହସପିଟାଲରେ ଏପ୍ରିଲ ୨୮ ତାରିଖରେ ଭର୍ତ୍ତି କରାଯାଇଛି ।
କୋଲକାତାରୁ ଫେରିଥିବା ବାଲେଶ୍ୱର ଜିଲ୍ଲା ବାହାନଗା ବିଷ୍ଣୁପୁର ଗ୍ର୍ରାମର ଜଣେ ୩୨ ବର୍ଷର ଯୁବକ କରୋନାରେ ଆକ୍ରାନ୍ତ । କୋଲକାତାର ଶ୍ୟାମବଜାରରୁ ସାଇକେଲରେ ଜଣେ ବନ୍ଧୁଙ୍କ ସହ ଓଡ଼ିଶା ବାହାରିଥିଲେ(ଏପ୍ରିଲ ୧୯-୨୦) ।
ବାଟରେ କୋଲାଘାଟ ଓ ବେଲଦାରେ ଚା’ ଜଳଖିଆ ଖାଇବାକୁ ଅଟକିଥିଲେ । ବିଷ୍ଣୁପୁରର ସରକାରୀ କ୍ୱାରେଣ୍ଟାଇନ ହୋମରେ ଏପ୍ରିଲ ୨୦ରୁ ୨୭ ପର୍ଯ୍ୟନ୍ତ ଥିଲେ ।
ଲକ୍ଷଣ ନଥିଲେ ମଧ୍ୟ ନମୁନା ପଠାଯାଇଥିଲା ଏବଂ ପଜିଟିଭ୍ ଆସିବାରୁ ଏପ୍ରିଲ ୨୭ ତାରିଖରେ କଟକର ଅଶ୍ୱିନୀ ହସପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ।
କୋଲକାତାରୁ ଆସିଥିବା ଯାଜପୁର ସଦର ବ୍ଲକ ବାସୁଦେବପୁରର ୩୪ ବର୍ଷର ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋଲାକାତାର ବାବୁଘାଟରୁ ବସରେ ଆସି ମାର୍ଚ୍ଚ ୨୩ରେ ପାଣିକୋଇଲିରେ ପହଞ୍ଚିଲି ।
ସେହିଦିନ ବନ୍ଧୁଙ୍କ ସହ ବାଇକରେ ଯାଇ ବାସୁଦେବପୁର ଘରେ ପହଞ୍ଚିଥିଲେ । ମାର୍ଚ୍ଚ ୨୩ରୁ ଏପ୍ରିଲ ୨୭ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ ୨୭ରେ ଯାଜପୁର ଟାଉନର ଔଷଧ ଦୋକାନ ଓ ଏସବିଆଇ ଏଟିିଏମକୁ ଯାଇଥିଲେ ।
ଲକ୍ଷଣ ନଥିଲେ ବି ଏପ୍ରିଲ ୨୭ରେ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବାରୁ ଟାଟା କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ।
ରାଉରକେଲା ନାଲାରୋଡର ୫୫ ବର୍ଷର ମହିଳା ଆକ୍ରାନ୍ତ ଥିବା ଜଣେ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସିଥିଲେ । ମାର୍ଚ୍ଚ ୨୨ରୁ ଏପ୍ରିଲ ୨୭ ଘରେ ଥିଲେ ।
ଲକ୍ଷଣ ନଥିଲେ ବି ଏପ୍ରିଲ ୨୭ରେ ନମୁନା ରିପୋର୍ଟ ପଜିଟିଭ୍ ଆସିବାରୁ ରାଉରକେଲା ହାଇଟେକ୍ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଛି ।
ସେହି ନାଲାରୋଡର ଜଣେ ୩୫ ବର୍ଷର ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି । ମାର୍ଚ୍ଚ ୨୨ରୁ ଏପ୍ରିଲ ୨୭ ସେ ଘରେ ଥିଲେ ।
ଏପ୍ରିଲ ୨୭ରେ ନମୁନା ରିପୋର୍ଟ ପଜିଟିଭ୍ ଆସିବାରୁ ରାଉରକେଲା ହାଇଟେକ୍ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସେହି ନାଲା ରୋଡର ଜଣେ ୩୮ ବର୍ଷର ଯୁବକ ଏବଂ ଜଣେ ୨୭ ବର୍ଷର ଯୁବକ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି । ସେମାନଙ୍କୁ ବି ଏପ୍ରିଲ ୨୭ରେ ହାଇଟେକ୍ ହସପିଟାଲରେ ଭର୍ତ୍ତି କରାଯାଇଛି ।
କୋଲକାତାରୁ ଫେରିଥିବା ଭଦ୍ରକ ବାସୁଦେବପୁରର ୪୫ ବର୍ଷର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । କୋଲକାତାର ନୂତନ ନଗରରୁ ଟ୍ରକରେ ଆସି ବାଲେଶ୍ୱରର ଜାମୁଝାଡ଼ିଠାରେ ଓହ୍ଲାଇଥିଲେ ।
ସେଠାରୁ ସେ ଚାଲି ଚାଲି ଏପ୍ରିଲ ୧୦ରେ ଘରେ ପହଞ୍ଚିଥିଲେ । ଏପ୍ରିଲ ୧୧ରୁ ୨୭ ପର୍ଯ୍ୟନ୍ତ ଚୂଡ଼ାମଣିସ୍ଥିତ ଘରେ କ୍ୱାରେଣ୍ଟାଇନରେ ଥିଲେ ।
ଲକ୍ଷଣ ନଥିଲେ ବି ଏପ୍ରିଲ ୨୭ରେ ନମୁନା ରିପୋର୍ଟ ପଜିଟିଭ୍ ଆସିବାରୁ କଟକ ଅଶ୍ୱିନୀ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଭଦ୍ରକ ଜିଲ୍ଲା ବାସୁଦେବପୁରର ୨୯ ବର୍ଷର ଜଣେ ଯୁବକ କୋଲକାତାର ଟାଲିଗଞ୍ଜରେ ରୁହନ୍ତି । କୋଲକାତାରୁ ଭୁବନେଶ୍ୱରରେ ବିମାନରେ ଆସିବା ପରେ ସେଠାରୁ ଜାମୁଝାଡ଼ି ଯାଇଥିଲେ ଏବଂ ସେଠାରୁ ଘରକୁ ବସରେ ଯାଇଥିଲେ (ମାର୍ଚ୍ଚ ୨୩) ।
ବାସୁଦେବପୁର କେକପୁର ସ୍ଥିତ ଘରେ ମାର୍ଚ୍ଚ ୨୪ରୁ ଏପ୍ରିଲ ୨୭ କ୍ୱାରେଣ୍ଟାଇନରେ ଥିଲେ । ଲକ୍ଷଣ ନଥିଲେ ବି ଏପ୍ରିଲ ୨୭ରେ ରିପୋର୍ଟ ପଜିଟିଭ୍ ଆସିବାରୁ କଟକ ଅଶ୍ୱିନୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।
କୋଲକାତାରୁ ଫେରିଥିବା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୨୮ ବର୍ଷର ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହାଓଡ଼ର ବମ୍ବେ ରୋଡରୁ ସେ ଟ୍ରକ ଯୋଗେ ଆସି ଭଦ୍ରକର ବନ୍ତ ଛକରେ ପହଞ୍ଚିଥିଲେ ।
ସେଠାରୁ ବନ୍ଧୁଙ୍କ ସହ ବାଇକରେ ଘରକୁ ଯାଇଥିଲେ (ମାର୍ଚ୍ଚ ୩୦-୩୧) । ବନ୍ତର ଚାରିଗାଁ ସ୍ଥିତ ଘରେ ସେ ମାର୍ଚ୍ଚ ୩୧ରୁ ଏପ୍ରିଲ ୨୯ କ୍ୱାରେଣ୍ଟାଇନରେ ଥିଲେ ।
ଏପ୍ରିଲ ୨୦ରୁ ୨୪ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଏପ୍ରିଲ ୨୫ରୁ ୨୭ ଘରେ ଥିଲେ । ଲକ୍ଷଣ ନଥିଲେ ବି ଏପ୍ରିଲ ୨୭ରେ ରିପୋର୍ଟ ପଜିଟିଭ୍ ଆସିବା ପରେ ପରଦିନ କଟକ ଅଶ୍ୱିନୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply