ଭୁବନେଶ୍ୱର, ଡିସେମ୍ବର ୧୯(ଲୋକାଲ ୱାୟାର): ରିଲିଜ୍ ହୋଇଛି ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ମ୍ୟୁଜିକ୍ ଭିଡିଓ ‘ସୁରମା’ ।
ଅମରା ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଥିବା ଏହି ଭିଡିଓକୁ ପ୍ରଥମ ୭ଘଣ୍ଟା ୨୮ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।
ଏହା ଏଲିନାଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ ହୋଇଥିଲାବେଳେ ଏହାକୁ ନେଇ ସେ ଯେତିକି ଉତ୍ସାହିତ ଥିଲେ, ତା’ଠାରୁ ଅଧିକ ଖୁସି ଥିଲେ ପ୍ରଶଂସକ ।
ଯେହେତୁ ସିନେମାରେ ସେ ବେଶ୍ ଲୋକପ୍ରିୟ ଓ ପରିଚିତ । ଖୁବ୍ କମ୍ ଦିନରେ ନିଜକୁ ଜଣେ ଆଗଧାଡ଼ିର ନାୟିକା ଭାବେ ପ୍ରତିଷ୍ଠିତ କରିବା ସହ ସଫଳତା ପାଇଛନ୍ତି । ତେଣୁ ମ୍ୟୁଜିକ୍ ଭିଡିଓରେ କ’ଣ ହେବ ସେ ସେହି ଚିନ୍ତାରେ ଥିଲେ ।
କିନ୍ତୁ ପ୍ରଶଂସକଙ୍କ ପ୍ରଶଂସା ତାଙ୍କ ଉପରେ ଶୁଭେଚ୍ଛା ହୋଇ ବର୍ଷିଛି । ମ୍ୟୁଜିକ୍ ଭିଡିଓଟି ପୂରା ବଲିଉଡ ଷ୍ଟାଇଲରେ ପ୍ରସ୍ତୁତ ହୋଇଛି ।
ଗୀତ ଓଡ଼ିଆରେ ଥିଲେ ବି ରାପ୍ ସହ ମିଶି ପୂରା ଅଲଗା ଲାଗୁଛି । ଏହାର ପ୍ରଯୋଜନା ନବୀନ ଭଣ୍ଡାରୀ କରିଥିଲା ବେଳେ ନିର୍ଦେଶନା ଦେଇଥିଲେ ପ୍ରତାପ ରାଉତ । ଗୀତ ରଚନା ସହ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ସୁମିତ୍ ଦୀକ୍ଷିତ ।
ଗୀତଟିକୁ ଗାଇଛନ୍ତି ଓଡ଼ିଆ ସଙ୍ଗୀତ ଦୁନିଆରେ ଯୁବପିଢ଼ିଙ୍କ ସର୍ବାଧିକ ପସନ୍ଦ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ରାପ୍ କରିଛନ୍ତି ସୁମିତ୍ ।
ଅଭିନୟରେ ଏଲିନାଙ୍କ ସହ ଦେବ ଜେ ରହିଛନ୍ତି । କୋରିଓଗ୍ରାଫି ହରିହର ଦାଶ କରିଥିଲାବେଳେ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ରାଜେଶ ଦାଶ ।
କଷ୍ଟୁ୍ୟମରେ ଲିଟୁ, ଆସୋସିଏଟ୍ କୋରିଓଗ୍ରାଫର ଭାବେ ସନ୍ତୋଷ ଦଳାଇ, ଶୁଭାଶିଷ ପଟ୍ଟନାୟକ, ପ୍ରଡକ୍ସନରେ ବିନୟ ରଣା, ପ୍ରଡକ୍ସନ ସହାୟତାରେ ନିତୁ ପ୍ରମୁଖ ମ୍ୟୁଜିକ୍ ଭିଡିଓରେ ସହାୟତା କରିଥିଲେ ।
ଲୋକାଲ ୱାୟାର
Leave a Reply