ଭୁବନେଶ୍ୱର, ଜାନୁଆରୀ ୧୦(ଲୋକାଲ ୱାୟାର): ଦୁଇଟି ଲୋକପ୍ରିୟ ଓଡ଼ିଆ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ଦୁଇଟି ନୂଆ ମେଗା ଧାରାବାହିକ ।
ତରଙ୍ଗ ଟିଭିରେ ଆସନ୍ତା ୧୩ ଜାନୁଆରୀରୁ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ପ୍ରସାରିତ ହେବ କାହାଣୀ ଏକ ନାଗୁଣୀର ‘ମାୟା’ ।
ଯେଉଁଥିରେ ବହୁ ପରିଚିତ ଏବଂ ପ୍ରତିଷ୍ଠିତ କଳାକାରଙ୍କୁ ଦେଖିବାକୁ ମିଳିବ । ଯେତିକି ସୂଚନା ମିଳିଛି ଅତୀତର ରହସ୍ୟ ଉନ୍ମୋଚନ ପରେ ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିବ ।
ଠିକ୍ ସେହିପରି ସମ୍ପର୍କର ସ୍ୱାର୍ଥ ପାଇଁ କ’ଣ ସ୍ୱପ୍ନ ଜଳିଯିବ କି? ଯଦି ଏହାର ଉତ୍ତର ଖୋଜୁଛନ୍ତି ତେବେ ଅପେକ୍ଷା କରନ୍ତୁ ଖୁବଶୀଘ୍ର ଜୀ-ସାର୍ଥକରେ ଆସୁଛି ନୂଆ ଧାରାବାହିକ ‘ଅଞ୍ଜଳି’ ।
ଏଥିରେ ସେ ଡବଲ୍ ରୋଲରେ ନଜର ଆସିବେ ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି ।
ଅର୍ଚ୍ଚିତା ନିଜ ଚରିତ୍ରକୁ ନେଇ ଖୁସି ବ୍ୟକ୍ତ କରିବା ସହ ଜୀ-ସାର୍ଥକ ଭରସା କରିଥିବାରୁ ସୋସିଆଲ୍ ମିଡିଆ ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି ।
ସେ କହିଛନ୍ତି, ନିଜ ଚରିତ୍ରକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବି କିନ୍ତୁ ଆପଣମାନଙ୍କ ଆଶୀର୍ବାଦ ଦରକାର ।
ତେବେ ଟେଲିଭିଜନ ଦର୍ଶକଙ୍କ ପାଇଁ ଖୁସି ଖବର ଏକାବେଳେକେ ଦଇଟି ଧାରାବାହିକ ଆସୁଛି ।
ଲୋକାଲ ୱାୟାର
Leave a Reply