• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଆସୁଛି ୪ ଲକ୍ଷ ୮ ହଜାର କରୋନା ଟିକା ଡୋଜ୍, ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ

ଆସୁଛି ୪ ଲକ୍ଷ ୮ ହଜାର କରୋନା ଟିକା ଡୋଜ୍, ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ

January 12, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆାରୀ ୧୨(ଲୋକାଲ ୱାୟାର): ରାଜ୍ୟକୁ ଆସୁଛି କରୋନା ଟିକାର ୪ ଲକ୍ଷ ୮ ହଜାର ଡୋଜ୍ ଏବଂ ବୟସ୍କ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହା ପ୍ରଥମେ ଦିଆଯିବ ବୋଲି ମଙ୍ଗଳବାର କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ସେ କହିଛନ୍ତି, ଆଜି ଅପରାହ୍ଣ ପ୍ରାୟ ୪ଟା ୨୫ରେ ସ୍ପାଇସ ଜେଟ ବିମାନରେ ପୁନେରୁ କରୋନା ଟିକା ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବ ।

ମୋଟ ୪୦ ହଜାର ୮ ଶହ ଟିକା ଶିଶି ଆସୁଛି । ଗୋଟିଏ ଶିଶିରେ ୧୦ଟି ଡୋଜ୍ ରହୁଛି ।

ଅର୍ଥାତ୍ କୋଭିସିଲ୍ଡ କରୋନା ଟିକା ୪ ଲକ୍ଷ ୮ ହଜାର ଡୋଜ୍ ଆସୁଛି । ଏଥିସହ କୋଭାକ୍ସିନର ୨୦ ହଜାର ଡୋଜ୍ ମଧ୍ୟ ଆସୁଥିବା କେନ୍ଦ୍ର ସରକାର ଅବଗତ କରାଇଛନ୍ତି ।

ଭୁବନେଶ୍ୱର ବିମାନବନ୍ଦରରେ ଟିକା ପହଞ୍ଚିବା ପରେ ସେଠାରୁ ତୁରନ୍ତ ଟିକାଗୁଡ଼ିକୁ ରାଜ୍ୟ ଟିକା କେନ୍ଦ୍ର୍ରକୁ ନେଇ ମହଜୁଦ୍ ରଖାଯିବ ।

ଏହାପରେ ରାଜ୍ୟର ୯ଟି ଆଞ୍ଚଳିକ ଟିକା କେନ୍ଦ୍ର (ଭୁବନେଶ୍ୱର, କଟକ, ଗଞ୍ଜାମ, ବାଲେଶ୍ୱର,ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, କନ୍ଧମାଳ ଏବଂ କୋରାପୁଟ)କୁ ତାହା ପଠାଯିବ ।

ସେଠାରୁ ସବୁ ଜିଲ୍ଲାପାଳମାନଙ୍କୁ ଭ୍ୟାକ୍ସିନ ଗାଡ଼ି ପଠାଇ ଟିକା ନେଇ ଯିବାକୁ କୁହାଯାଇଛି ।

ଆସନ୍ତା ୧୬ ତାରିଖରୁ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଟିକାକରଣ ଆରମ୍ଭ ହୋଇଯିବ ।

ତେବେ ବୟସ୍କ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣକୁ ପ୍ରାଧାନ୍ୟ ଦିଆଯିବ । ଯେଉଁ ସସବୁ ଅଞ୍ଚଳରେ କରୋନାର ସର୍ବାଧିକ ପ୍ରଭାବ ରହିଛି ସେସବୁ ସ୍ଥାନକୁ ତୁରନ୍ତ ତାହା ପଠାଯିବ ।

୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦେବାକୁ ସ୍ଥିର ହୋଇଛି ।

ଜାନୁଆରୀ ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଡାଟା ଅପଲୋଡ କରାଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ।

୧୬ ତାରିଖରେ ରାଜଧାନୀର ୫ଟି ସ୍ଥାନ (କ୍ୟାପିଟାଲ ହସପିଟାଲ, ୟୁନିଟ-୪ ସରକାରୀ ହସପିଟାଲ, ବିଏମସି ହସପିଟାଲ, ସମ୍ ଓ କିମ୍ସ ହସପିଟାଲ)ରେ ଟିକାର ଶୁଭାରମ୍ଭ କରାଯିବ ।

କ୍ୟାପିଟାଲ ହସପିଟାଲକୁ ମିଶାଇ ମୋଟ ୨୭ଟି ସରକାରୀ ଓ ୧୮ଟି ଘରୋଇ ହସପିଟାଲରେ ଟିକାକରଣ କେନ୍ଦ୍ର କରାଯିବ ।

ମୋଟ ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ୟ ଥିବା କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire