ଭୁବନେଶ୍ୱର, ମୋ ୧୪(ଲୋକାଲ ୱାୟାର): ସବୁ ପର୍ବପର୍ବାଣୀ ପରି ଇଦ୍ ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି ଆମ ସେଲିବ୍ରିଟି ।

ଓଡ଼ିଆ ସିନେମା ଓ ଟେଲି ଜଗତର ନାୟକ, ନାୟିକା ଇଦ୍ ମୁବାରକ୍ କହିଛନ୍ତି ।

 

ଆଜି ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀଙ୍କ ସବୁଠୁ ବଡ଼ ପର୍ବ ଇଦ୍ ।

ଏହି ଅବସରରେ ଆମ ସେଲିବ୍ରିଟିମାନେ ସେହିଭଳି ବେଶପୋଷାକରେ ସଜେଇ ହୋଇ ବା ସେମିତି ଅଭିନୟ କରିଥିବା କିଛି ସିନେମା, ସିରିଏଲ୍ ଓ ଗୀତର ପୁରୁଣା ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।

ଅଭିନେତା ରାଜ ରାଜେଶ, ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି, ଅଭିନେତା ସ୍ୱରାଜ ବାରିକ, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ସସ୍ମିତା ପିୟାଲି ସାହୁ, ଶ୍ରଦ୍ଧା ପାଣିଗ୍ରାହୀ, ପ୍ରଚ୍ଛଦପଟ୍ଟ ଗାୟିକା ଜାଗୃତି ମିଶ୍ର, ଅଭିନେତ୍ରୀ ପ୍ରକୃତି ମିଶ୍ର, ଉପସ୍ଥାପିକା ସୁଲଗ୍ନା, ଅଭିନେତା ଦୀପକ କୁମାର, ଆକାଶ ଦାସ ନାୟକ, ବୁଦ୍ଧାଦିତ୍ୟ ମହାନ୍ତି, ଶ୍ରୀତମ୍ ଦାସ, ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ପ୍ରମଖ ନିଜ ନିଜ ଫଟୋ ପୋଷ୍ଟ କରି ଇଦ୍ ମୁବାରକ୍ କହିଛନ୍ତି ।

ପ୍ରକୃତି ଲେଖିଛନ୍ତି, ‘ହମନେ ଉନହେଁ ଦେଖା ହି ନେହି, କ୍ୟା ଇଦ୍ ମନାୟେଁ? ଜିନହୋନେ ଉନହେ ଦେଖା ଉନକୋ ଇଦ୍ ମୁବାରକ୍’ ।

ବୁଦ୍ଧାଦିତ୍ୟ କହିଛନ୍ତି, ‘ଭାଇଚାରାର ଏ ପର୍ବରେ ସମସ୍ତେ ଭଲରେ ଖୁସି ଏବଂ ଶାନ୍ତି ରୁହନ୍ତୁ ମୋର ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା’ ।

ଅଭିନେତା ତଥା ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ୍ କହିଛନ୍ତି, ‘ ପବିତ୍ର ଇଦ୍-ଉଲ୍-ଫିତର’ ପର୍ବ ଉପଲକ୍ଷେ ସମସ୍ତ ମୁସଲମାନ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୁଖ ଓ ସମୃଦ୍ଧି କାମନା କରୁଛି’ ।

ଅର୍ଚ୍ଚିତା କହିଛନ୍ତି, ‘ଆଜି ଭଳି ମହାନ୍ ଦିନରେ ସମସ୍ତଙ୍କ ଉପରେ ଆଲ୍ଲାଙ୍କ ଆଶୀର୍ବାଦ ଢାଳି ହେଇପଡ଼ୁ’ ।

ଅଭିନେତ୍ରୀ ଶିବାନୀ ନିଜ ହିଟ୍ ଚଳଚ୍ଚିତ୍ର ‘ବାବୁ ଭାଇଜାନ୍’ର ଫଟୋକୁ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ସେ ବହୁତ ସୁନ୍ଦର ଦିଶୁଛନ୍ତି । ସେଥିପାଇଁ ପ୍ରଶଂସକମାନେ ତାଙ୍କର ବେଶି ପ୍ରଶଂସା କରିଛନ୍ତି ।

ଲୋକାଲ ୱାୟାର