ଭୁବନେଶ୍ୱର, ଅକ୍ଟୋବର ୧୪(ଲୋକାଲ ୱାୟାର): ଇମ୍ଫା (ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍)କୁ ଏହାର ମହାଗିରି ମାଇନ୍ସ (କ୍ରୋମାଇଟ୍) ପାଇଁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମିନେରାଲ ଇଣ୍ଡଷ୍ଟ୍ରିଜ୍ (ଫିମି) ଦ୍ୱାରା ସମ୍ମାନଜନକ ହିନ୍ଦୁସ୍ଥାନ ଜିଙ୍କ୍ ହେଲ୍ଥ ଆଣ୍ଡ ସେଫ୍ଟି ଆୱାର୍ଡ ୨୦୧୯-୨୦ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି ।
ଭୂତଳ ଖଣି ବର୍ଗରେ ଉତ୍ତମ ବୃତ୍ତିଗତ ସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରଦର୍ଶନ ପାଇଁ ମହାଗିରି ମାଇନ୍ସ (କ୍ରୋମାଇଟ୍)କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଇମ୍ଫା ତରଫରୁ ଏହାର ସିନିଅର ଭିପି ତଥା ହେଡ-ମାଇନ୍ସ ବିଜ୍ନେସ୍ ୟୁନିଟ୍ ସଞ୍ଜୀବ ଦାସ ଆଜି ନୂଆଦିଲ୍ଲୀ ସ୍ଥିତ ଫିମି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଭର୍ଚ୍ଚୁଆଲ୍ ସମାରୋହରେ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟର ସଚିବ ଅନିଲ୍ କୁମାର ଜୈନଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଏହି ଅବସରରେ ଇମ୍ଫାର ମ୍ୟାନେଜିଂ ଡିରେକ୍ଟର ଶୁଭକାନ୍ତ ପଣ୍ଡା କହିଲେ, ଆମେ ଆମର ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ପରିବେଶ (ଏଚଏସଇ) କାର୍ଯ୍ୟଧାରାକୁ ନେଇ ଗୌରବାନ୍ୱିତ ଏବଂ ଏହି ପୁରସ୍କାର ଭଳି ସ୍ୱୀକୃତିଗୁଡ଼ିକ ଆମ ଟିମକୁ ଅନେକ ଉତ୍ସାହିତ କରିବ ।
ଏହି ସ୍ୱୀକୃତି ପାଇଁ ମୁଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟର ସଚିବ ଏବଂ ଫିମି ନିକଟରେ କୃତଜ୍ଞ ।
ଲୋକାଲ ୱାୟାର
Leave a Reply