ଭୁବନେଶ୍ୱର, ଡିସେମ୍ବର ୧୯(ଲୋକାଲ ୱାୟାର): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ବରିଷ୍ଠ ସହାୟକ ଅଶୋକ କୁମାର ମିଶ୍ରଙ୍କ ଘରେ ହୋଇଥିବା ଭିଜିଲାନ୍ସ ଚଢ଼ାଉରେ ଠାବ ହୋଇଥିବା ସମ୍ପତ୍ତିର ପରିମାଣ ୧ କୋଟି ୩୮ ଲକ୍ଷ ୨୭ ହଜାର ୭୫୫ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଠାବ ହୋଇଥିବା ସ୍ଥାବର/ଅସ୍ଥାବର ସମ୍ପତ୍ତି ମଧ୍ୟରେ ଅଛି, ମଞ୍ଚେଶ୍ୱରରେ ୨ ମହଲା କୋଠା (୧୩ ଲକ୍ଷ ୯୨ ହଜାର ୩୭୩ ଟଙ୍କା), ପଟିଆରେ ୨ଟି ୨ ମହଲା କୋଠା(୫୩ ଲକ୍ଷ ୫୯ ହଜାର ୭୯୭ ଟଙ୍କା, ସାଲେପୁରରେ ଏକ ଘର (୭ ଲକ୍ଷ ୯୨ ହଜାର ଟଙ୍କା), ସାଲେପୁରରେ ୪ଟି ଦୋକାନ ଘର ( ୨୮ ଲକ୍ଷ ୧୨ ହଜାର ୬୦୮ ଟଙ୍କା), ଭୁବନେଶ୍ୱରରେ ୪ଟି ପ୍ଲଟ୍ (୧ ଲକ୍ଷ ୧୨ ହଜାର ୫୦୦ ଟଙ୍କା), ଏକ ବାଇକ (୫୩ ହଜାର ଟଙ୍କା), ବିଭିନ୍ନ ବ୍ୟାଙ୍କରେ ୧୪ ଲକ୍ଷ ଟଙ୍କାର ଜମାରାଶି, ୩ ଲକ୍ଷ ୫୫ ହଜାର ଟଙ୍କା, ୬ ଲକ୍ଷ ୧୨ ହଜାର ୨୫୦ ଟଙ୍କାର ସୁନା ଅଳଙ୍କାର ଏବଂ ୯ ଲକ୍ଷ ୨୬ ହଜାର ଟଙ୍କାର ଅନ୍ୟାନ୍ୟ ଘରକରଣା ସାମଗ୍ରୀ ।
ଉଲ୍ଲେଖଯୋଗ୍ୟ, ୨୦୨ ମସିହାରେ ମଧ୍ୟ ଶ୍ରୀ ମିଶ୍ର ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ।
ଲୋକାଲ ୱାୟାର
Leave a Reply