ଭୁବନେଶ୍ୱର, ଜାନୁଆରୀ ୪(ଲୋକାଲ ୱାୟାର): ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସ ସମାରୋହ ଶନିବାର ମଦନପୁର କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି ।
ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାମ୍ପସ୍ ପରିସରରେ ଦୁଇଟି ନୂତନ ଏକାଡେମିକ୍ ବ୍ଲକ୍ ଉଦଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ତଥା ବିଶ୍ୱବିଦ୍ୟାଳୟ କୁଳପତି ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ବିଶ୍ୱବିଦ୍ୟାଳୟର କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ।
ବିଶ୍ୱବିଦ୍ୟାଳୟର ବାର୍ଷିକ ସମାଚାର ପତ୍ରିକା ‘ସଂସ୍କୃତି’ ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ରାଜ୍ୟପାଳ ଓ ଅନ୍ୟାନ୍ୟ ଅତିଥିବୃନ୍ଦ ବୁଲି ଦେଖିଥିଲେ ।
ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲୋକନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଅଧ୍ୟାପିକା ଡ. ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଲୋକାଲ ୱାୟାର
Leave a Reply