ଭୁବନେଶ୍ୱର, ଅକ୍ଟୋବର ୨୭ (ଲୋକାଲ ୱାୟାର) : ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ରେ ପ୍ରଚାର କରିବେ ।
ନବୀନ ଆସନ୍ତାକାଲି (ବୁଧବାର) ତିର୍ତ୍ତୋଲ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ଏହାପରେ ଆସନ୍ତା ୨୯ ତାରିଖ (ଗୁରୁବାର) ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ।
ସ୍ୱରୂପଙ୍କ ପାଇଁ ନବୀନ ଅପରାହ୍ନ ୪.୩୦ରୁ ୫ଟା ଯାଏଁ ଭର୍ଚୁଆଲ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
କୋଭିଡ୍ କଟକଣା ସହ ନଭେମ୍ବର ୩ ତାରିଖରେ ଏହି ଦୁଇ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ ।
ଏଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରଚାର ଜୋରଦାର କରିଛନ୍ତି ।
ତିନି ଦଳର ବହୁ ବରିଷ୍ଠ ନେତା, ରାଜନେତା, ଅଭିନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳିଥିବା ବେଳେ ଏବେ ବିଜେଡି ସୁପ୍ରିମୋ ପ୍ରଚାର କରିବେ ।
ଲୋକାଲ ୱାୟାର
Leave a Reply