ଭୁବନେଶ୍ୱର, ଜାନୁଆରୀ ୨୧(ଲୋକାଲ ୱାୟାର): ରାଜଧାନୀର ଦୁଇଟି ପାର୍କିଂ ଲଟ୍ କୁୁ ବିଧିବଦ୍ଧ ଭାବେ କିନ୍ନର ସଂଗଠନଙ୍କୁ ହସ୍ତାନ୍ତର କରାଯାଇଛି ।
କିନ୍ନରଙ୍କ ସଙ୍ଗଠନ ‘ସ୍ୱୀକୃତି’କୁ ଏହି ଦୁଇଟି ପାର୍କିଂ ଲଟ୍ ଦିଆଯାଇଥିବା ବେଳେ ଏଥିରେ ୯ ଟି ପାର୍କିଂସ୍ଥଳ ରହିଛି ।
ଗୁରୁବାର ପୂର୍ବାହ୍ନ ୧୧ଟାରେ ବିଏମସି କମିସନର ଏହି ପାର୍କିଂ ସ୍ଥଳର ଦାୟିତ୍ୱ ହସ୍ତାନ୍ତର କରିବା ସହିତ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି ।
କିନ୍ନରଙ୍କୁ ସମାଜରେ ମୁଖ୍ୟ ଶ୍ରୋତରେ ସାମିଲ କରିବା ସହିତ ସୋନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ବିଏମସିର ରାଜସ୍ୱ ବୃଦ୍ଧିରେ ବି ଏହା ସହାୟକ ହେବ ବୋଲି କମିସନର କହିଛନ୍ତି ।
ତେବେ କିନ୍ନରଙ୍କୁ ଦିଆଯାଇଥିବା ଦୁଇଟି ପାର୍କିିଂଲଟରେ ମୋଟ୍ ୯ଟି ପାର୍କିଂସ୍ଥଳୀ ରହିଛି ।
ପ୍ରଥମ ଲଟ୍ ରେ ଶ୍ରୀଲେଦର୍ ସୋରୁମରୁ ଅଶୋକା ମାର୍କେଟ୍ ପର୍ଯ୍ୟନ୍ତ ଥିବା ସ୍ଥାନରେ ଚାରୋଟି ପାର୍କିଂ ସ୍ଥଳୀ ରହିଛି ।
ଦ୍ୱିତୀୟ ପାର୍କିଂ ଲଟ୍ ରେ ୫ଟି ପାର୍କିସ୍ଥଳ ଥିବା ବେଳେ ଏହା ମାଷ୍ଟର୍ କ୍ୟାଣ୍ଟିନ୍ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ରହିଛି ।
ତେବେ ଏହି ପାର୍କିଂ ଲଟ୍ ଗୁଡିକୁ ଦୁଇମାସ ପାଇଁ ପରୀକ୍ଷାମୂଳକ ଭାବେ ଦିଆଯାଇଛି ।
ପ୍ରଥମ ପାର୍କିଂ ଲଟ୍ ପାଇଁ ମାସିକ ୨ ଲକ୍ଷ ୨୩ ହଜାର ଟଙ୍କା ଥିବା ବେଳେ ଦ୍ୱିତୀୟ ପାର୍କିିଂ ଲଟ୍ ପାଇଁ ମାସିକ ୧ ଲକ୍ଷ୍ୟ ୪୬ ହଜାର ୮୬ ଟଙ୍କା ରହିଛି ।
ପାର୍କିଂସ୍ଥଳ ଦାୟିତ୍ୱ ନେଇଥିବା ସଂସ୍ଥା ବିଏମସିକୁ ଗୋଟିଏ ମାସ ପୁରିବାର ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ଏହି ଦେୟ ଭରଣା କରିବେ ବୋଲି ବିଏମସି ରାଜସ୍ୱ ବିଭାଗ ଡେପୁଟି କମସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।
ଅନ୍ୟପଟେ ଟିଜି ସ୍ୱୀକୃତି ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ୭ ହଜାର ୩୮୦ ଟଙ୍କା ଅଗ୍ରୀମ ଜମା ରଖାଯାଇଛି ।
ଦୁଇଟି ପାର୍କିଂ ଲଟ୍ ର ଦାୟିତ୍ୱ ନେବା ପରେ ଟିଜି ସ୍ୱୀକୃତିର ସଭାପତି ମେଘନା ସାହୁ କହିଛନ୍ତି ଯେ, ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ ସେମାନେ ପରିଶ୍ରମ କରି ସଫଳତା ପାଇଛନ୍ତି ।
ଠିକ୍ ସେମିତି ପାର୍କିଂସ୍ଥଳୀ ଗୁଡ଼ିକରେ ବି କାମ କରି ବିଏମସିର ରାଜସ୍ୱ ଆଦାୟ କରିବେ ।
ଏହାସହିତ ଶୃଙ୍ଖଳାର ସହିତ କାମ କରି ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନେ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply