ଭୁବନେଶ୍ୱର, ଜାନୁଆରୀ ୧୬(ଲୋକାଲ ୱାୟାର): ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ବଦଳିବାର କୌଣସି ଆଲୋଚନା ହୋଇନାହିଁ ବୋଲି ଗୁରୁବାର ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।
ଶ୍ରୀ ସିଂ ପଶ୍ଚିମ ଓଡ଼ିଶା ଗସ୍ତ କରି ଦଳର ସ୍ଥିତି ଏବଂ ଭବିଷ୍ୟତ ରଣନୀତି ବାବଦରେ ୧୦ଟି ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଇତି ମଧ୍ୟରେ ଆଲୋଚନା କରିଛନ୍ତି ।
ଗୁରୁବାର ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କଂଗ୍ରେସ ନେତାଙ୍କ ସହ ସେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
ଆସନ୍ତାକାଲି ସେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ସଦର ଓ କଟକ ସିଟି ସାଙ୍ଗଠନିକ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ତେବେ କଂଗ୍ରେସ ଏକ ଶୃଙ୍ଖଳିତ ଦଳ ଯେକେହି ଶୃଙ୍ଖଳା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ସିଂ ଏହି ଅବସରରେ ଚେତାବନୀ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply