ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ଦୁଇ ଦିନର ବାଦ ବିବାଦ ପରେ ଶନିବାର ଏଏସଆଇର ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ସକାଳୁ ରାଜଧାନୀର ଶାରୀ ଦେଉଳ ପରିସରରେ ପହଞ୍ଚି ସାଇଣ୍ଟିଫିକ୍ କ୍ଲିନନେସ୍ କାମ ଆରମ୍ଭ କରିଥିଲେ ।
ଭୁବନେଶ୍ୱର ସର୍କଲ ମୁଖ୍ୟ ଅରୁଣ କୁମାର ନିଜେ ହାତୁଡ଼ି ଧରି କର୍ମଚାରୀଙ୍କ ସହ ଏହି କାମ କରିଥିଲେ ।
ମାତ୍ର ଦିନ ୩ ଟା ୩୦ ଦ୍ୱିତୀୟ ପର୍ୟ୍ୟାୟ କାମ ଆରମ୍ଭ ହେବା ବେଳେ ହଠାତ୍ ପୂର୍ବରୁ ଛଟେଇ ହୋଇଥିବା କର୍ମଚାରୀମାନେ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ ।
ଏଏସଆଇ ଅଧିକାରୀମାନଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ୍ ଦେଲେ ।
ଏପରିକି ମାରପିଟ୍ କରିବାକୁ ଆଗେଇ ଆସିଥିଲେ । ଏନେଇ ଭୁବନେଶ୍ୱର ସର୍କଲ ଜୁନିୟର କଞ୍ଜରଭେଟର ସୁଶାନ୍ତ ଗୋଚ୍ଛାୟତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ଆଇଆଇସି ଶରତ ପାତ୍ର ପହଞ୍ଚି ୪ ଜଣଙ୍କୁ ଗିରଫ କରିଥିଲେ ।
ଗିରଫ ବ୍ୟକ୍ତିମାନେ ହେଲେ ପୂର୍ବତନ ଛଟେଇ କର୍ମଚାରୀ ବିଜୟ ମହାପାତ୍ର, ଅନନ୍ତ ପ୍ରଧାନ, ପ୍ରଫୁଲ୍ଲ ହଜାରୀ ଓ ଜୀବନ ମହାରଥୀ ।
ଲୋକାଲ ୱାୟାର
Leave a Reply