ଭୁବନେଶ୍ୱର, ଫେବ୍ରୁଆରୀ ୪(ଲୋକାଲ ୱାୟାର): ଐତିହ୍ୟ ବିକାଶ କାମର ତଦାରଖ କଲା ଏଏସଆଇ କେନ୍ଦ୍ରୀୟ ଟିମ୍ ।
ଭୁବନେଶ୍ୱରର ଏକାମ୍ରକ୍ଷେତ୍ର, ପୁରୀ, କୋଣାର୍କ ସ୍ଥିତ ବିଶ୍ୱ ଐତିହ୍ୟ କିର୍ତ୍ତିରାଜିଠାରେ ଚାଲିଥିବା ବିକାଶମୂଳକ କାମର ତଦାରଖ କରିବା ପାଇଁ ଆଜି କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ଯୁଗ୍ମ ମହାନିଦେ୍ର୍ଦଶକ ଡକ୍ଟର ସଞ୍ଜୟ ମାଞ୍ଜୁଲ ଓ ଏଏସଆଇ ଯୁଗ୍ମ ଡିଜି ଡକ୍ଟର ଆଲୋନେ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଏ ସମ୍ପର୍କିତ ରିପୋର୍ଟ ଖୁବଶୀଘ୍ର କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଡିଜିଙ୍କଠାରେ ଦାଖଲ କରାଯିବ ।
ଏହାକୁ ଆଧାର କରି ଐତିହ୍ୟ ଆସେସମେଣ୍ଟ କରାଯାଇ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ଭୁବନେଶ୍ୱର ସର୍କଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଗୁରୁବାର ସକାଳେ ଯୁଗ୍ମ ମହାନିଦେ୍ର୍ଦଶକ ଆଲୋନେ ଓ ଯୁଗ୍ମ ମହାନିଦେ୍ର୍ଦଶକ ଡକ୍ଟ ମାଞ୍ଜୁଲ ଲିଙ୍ଗରାଜ ମନ୍ଦିର ସମେତ ଶୁକ-ଶାରୀ ମନ୍ଦିର, ବୈତାଳ, ଶିଶିରେଶ୍ୱର, ପରମଗୁରୁ ଆଦି ସଂରକ୍ଷିତ କୀର୍ତ୍ତିରାଜି ବୁଲି ଦେଖିଥିଲେ ।
ଏସବୁ ମନ୍ଦିରରେ ରହିଥିବା ସମସ୍ୟା ଓ ଏହାର ସମାଧାନ ପାଇଁ କିପରି ଏଏସଆଇ ଭୁବନେଶ୍ୱର ସର୍କଲ କାମ କରି ପାରିବ ସେ ଦିଗରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।
ଏହାଛଡା ଶିଶୁପାଳଗଡ ଓ ଖଣ୍ଡଗିରି ଉଦୟଗିରିରେ ଚାଲିଥିବା ନିର୍ମାଣ କାମର ଯାଞ୍ଚ କରିଥିଲେ ।
ପରେ ସେ ପୁରୀ ଯାଇ ଶ୍ରୀକ୍ଷେତ୍ରରେ କରାଯାଇଥିବା ବିକାଶ କାମର ତର୍ଜମା କରିଥିଲେ ।
ଏହାଦ୍ୱାରା କେତେ ପୁରୁଣା ମନ୍ଦିର ଓ କୀର୍ତ୍ତିରାଜି ନଷ୍ଟ ହୋଇଛି ସେସବୁର ସ୍ଥିତି ପରଖିଥିଲେ । ଶେଷରେ କୋଣାର୍କ ଯାଇ ବିକାଶ କାମର ତର୍ଜମା କରିଥିଲେ ।
ଲୋକାଲ ୱାୟାର
Leave a Reply