ଢେଙ୍କାନାଳ, ଜାନୁଆରୀ ୩ (ଲୋକାଲ ୱାୟାର): ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନାଞ୍ଚଳରେ ଗତ ମାସ ୧୪ ତାରିଖରେ ଏଟିଏମ କାଟି ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟ ମାମଲାରେ ପୁଲିସ ମାଷ୍ଟରମାଇଣ୍ଡ ଅଜୟ ମହାନ୍ତି (୨୮)କୁ ରାଜ୍ୟ ବାହାରୁ ଗିରଫ କରାଯାଇଥିବା ରବିବାର କହିଛନ୍ତି ସ୍ଥାନୀୟ ଏସଡିପିଓ ଶ୍ରୀହର୍ଷ ମିଶ୍ର ।
ଅଜୟର ଘର ବାଲେଶ୍ୱର ଜିଲ୍ଲାର ବାହାନଘା ଥାନାଞ୍ଚଳରେ ।
ତା ନିକଟରୁ ଦୁଇଟି ମୋବାଇଲ ଫୋନ୍, ୨୫ ହଜାର ଟଙ୍କାର ଚେକ୍, ତିନୋଟି ଏଟିଏମ କାର୍ଡ ଏବଂ ବିଭିନ୍ନ ବ୍ୟାଙ୍କରେ ଥିବା ୨.୮୦ ଲକ୍ଷ ଟଙ୍କା ଜବତ ହୋଇଛି ।
ଏହି ଘଟଣାରେ ଫେରାର ଥିବା ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଖୋଜା ଚାଲିଥିବା ପୁଲିସ କହିଛି । ପୁଲିସ ଅଜୟକୁ ତିନି ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ।
ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ମୋଟଙ୍ଗା ଥାନାର ଚାରି ଜଣ ଯୁବକଙ୍କୁ ପୂର୍ବରୁ ଗିରଫ କରାଯାଇଛି ।
ସେମାନଙ୍କ ଠାରୁ ଲୁଟ ଟଙ୍କାର ମାତ୍ର ୨୧ ହଜାର ଟଙ୍କା ଜବତ ହୋଇଥିବା ବେଳେ ଦୁଇ ମୁଖ୍ୟ ଅଭିଯୁକ୍ତ ୨୬ ଲକ୍ଷ ଟଙ୍କା ନେଇ ଯାଇଥିଲେ ।
ଲୋକାଲ ୱାୟାର
Leave a Reply