ଭୁବନେଶ୍ୱର, ଜାନୁଆରୀ ୧୧(ଲୋକାଲ ୱାୟାର): ଗାଁରେ କଳା ସଂସ୍କୃତିର ପ୍ରଚାର, ପ୍ରସାର ଓ ବିକାଶର ଆହ୍ୱାନ ନେଇ ପ୍ରଥମ ଥର ଗାଁ ଦିବସ ପାଳିବାକୁ ଯାଉଛି ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ କଳାକ୍ଷେତ୍ର ।
ସଙ୍ଗଠନ ତା’ର ଲୋଗୋ ଲୋକାର୍ପଣ ଉତ୍ସବରେ ଏହି ଘୋଷଣା କରିଛି । ଆସନ୍ତା ଫେବ୍ରୁଆରୀ ୨୭ରେ ଢେଙ୍କାନାଳ ଜିଲ୍ଲାର ଏକ ଗାଁରେ ଏହି ଦିବସର ଶୁଭାରମ୍ଭ ହେବ ।
ପରେ ପ୍ରତିବର୍ଷ ଏହି ତାରିଖ ବିଭିନ୍ନ ଗାଁରେ ଗାଁ ଦିବସ ପାଳିତ ହେବ । ଏହା ଦୁଇଦିନ ଧରି ଚାଲିବ । ଏହି ଅବସରରେ କଳା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା ହେବ ।
ଉଭୟ ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର କଳାକାର, ସାହିତି୍ୟକ ଓ ସାଂସ୍କୃତିକ ଦଳଙ୍କୁ ନେଇ ବହୁବିଧ କାର୍ଯ୍ୟକ୍ରମ ହେବ । ଗ୍ରାମାଞ୍ଚଳର ବିଶିଷ୍ଟ ପ୍ରତିଭାମାନଙ୍କୁ କଳାକ୍ଷେତ୍ର ସମ୍ମାନ ପ୍ରଦାନ କରାଯିବ ।
ଲୋଗୋ ଲୋକାର୍ପଣ ଉତ୍ସବରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ସଂସ୍କୃତି ନିଦେ୍ର୍ଦଶକ ଅମରେନ୍ଦ୍ର ପଟ୍ଟନାୟକ, ଉପଦେଷ୍ଟା ତଥା ଢେଙ୍କାନାଳ ପ୍ରକଳ୍ପ ନିଦେ୍ର୍ଦଶକ ନରୋତ୍ତମ ବେହେରା, ଉପସଭାପତି ଅବନୀ ମିଶ୍ର, ସମ୍ପାଦକ ବାସୁଦେବ ମାଳବିଶୋଇ, ଯୁଗ୍ମ ସମ୍ପାଦିକା ତଥା ଅଭିନେତ୍ରୀ ମଧୁମିତା ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ସୁଜାତା ଦାସ, ଗିରିଶ ସାହୁ, ନାରାୟଣ ସ୍ୱାଇଁ କୋଷାଧ୍ୟକ୍ଷ, ସାଧାରଣ ପରିଷଦ ସଦସ୍ୟା ନିହାରିକା ପଟ୍ଟନାୟକ, ପଦ୍ମାବତୀ ଖେମୁଣ୍ଡୁ, ପ୍ରସନ୍ନ ପୃଷ୍ଟି, ବନବିହାରୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ଲୋକାଲ ୱାୟାର
Leave a Reply