ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): ଡେରିରେ ହେଉ ପଛେ ଏଥର ଜାନୁଆରୀ ୨୧ରୁ ରାଜଧାନୀର ସ୍ୱସ୍ତି ପ୍ରିମିୟମ୍ ହୋଟେଲ ପାଖ ପଡ଼ିଆରେ ଜମିବ ତୋଷାଳି ମେଳା ।
ହେଲେ ସବୁ ବର୍ଷ ଭଳି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି । କରୋନା କଟକଣାକୁ ଆଖି ଆଗରେ ରଖି ରାଜ୍ୟ ହସ୍ତଶିଳ୍ପ ହସ୍ତତନ୍ତ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।
ଅପରପକ୍ଷେ ବାହାର ରାଜ୍ୟର ହସ୍ତଶିଳ୍ପ କଳାକାରମାନେ ଏଠାକୁ କିପରି ସୁବିଧାରେ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ।
ଆରମ୍ଭ ହେବାକୁ ଥିବା ଏହି ତୋଷାଳି ଜାତୀୟ ହସ୍ତତନ୍ତ ହସ୍ତଶିଳ୍ପ ମେଳା ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଲୋକାଲ ୱାୟାର
Leave a Reply