• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଏନଆଇଟିର ୧୭ତମ ସମାବର୍ତ୍ତନ ଉତ୍ସବରେ ୧୧ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ

ଏନଆଇଟିର ୧୭ତମ ସମାବର୍ତ୍ତନ ଉତ୍ସବରେ ୧୧ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ

January 18, 2020 By LocalWire Leave a Comment

ରାଉରକେଲା, ଜାନୁଆରୀ ୧୮(ଲୋକାଲ ୱାୟାର): ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି)ର ୧୭ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ୧୧ ଜଣ ବିଶିଷ୍ଟ ବ୍ୟକ୍ତି, ଯେଉଁମାନେ କି ଉକ୍ତ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ସେମାନଙ୍କୁ ସମ୍ମାନିତ କରାଯାଇଛି ।

ଏନଆଇଟି ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେମାନେ ହେଲେ ପ୍ରଫେସର ମନୋଜରଞ୍ଜନ ନାୟକ, ପ୍ରଫେସର ପ୍ରଭାସ ରଞ୍ଜନ ମହାପାତ୍ର, ପ୍ରଫେସର ସିଆର ଦାସ, ପ୍ରଫେସର ବିକେ ମିଶ୍ର, ପ୍ରଫେସର ସରିତ କୁମାର ଦାସ, ଇଂ. ଏସପି ରାଓ, ଇଂ. ଅରୁଣ କୁମାର ରଥ, ପ୍ରଫେସର ସୁକାନ୍ତ କେ. ମହାପାତ୍ର, ଦେବ ଭଟ୍ଟାଚାର୍ଯ୍ୟ, ଲଲାଟେନ୍ଦୁ ରଥ ଏବଂ ଇଂ. ଦୀପ୍ତିରଞ୍ଜନ ପଟ୍ଟନାୟକ ।

ଶିକ୍ଷାନୁଷ୍ଠାନର ଏନସିସି ଗ୍ରାଉଣ୍ଡରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାକ୍ ର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦଶ୍ରୀ ଡ. ବିରେନ୍ଦ୍ର ସିଂହ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣରେ କହିଥିଲେ, ଶିକ୍ଷାର ସ୍ୱରୂପ, ରାଷ୍ଟ୍ରଗଠନରେ ବିଦ୍ୟାର୍ଥୀମାନଙ୍କ ଗୁରୁ ଦାୟିତ୍ୱ ।

ଉତ୍ତମ ଶିକ୍ଷା ଓ ସଫଳତାର ସୂତ୍ର ସମ୍ପର୍କରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ବାଣୀକୁ ସମସ୍ତେ ଗ୍ରହଣ କରିବା ଉଚିତ ବୋଲି କହିଥିଲେ ।

ଏନଆଇଟି ପରିଚାଳନା ସମିତିର ଅଧ୍ୟକ୍ଷ ଡ. ସନ୍ତୃପ୍ତ ବି. ମିଶ୍ର ଉଦବୋଧନ ଦେଇ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଏବଂ ଏନଆଇଟି ରାଉରକେଲାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ।

ଉତ୍ସବରେ ମୋଟ ୧୭୧୮ ସ୍ନାତକ, ୬୦୬ ସ୍ନାତକୋତ୍ତର ଓ ୧୪୧ ଜଣ ପିଏଚଡି ଡିଗ୍ରୀଧାରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ବୋଲି ସେ ତାଙ୍କ ବିରଣୀରେ ସୂଚନା ପ୍ରଦାନ କରିଥିଲେ ।

କୁଳ ସଚିବ ପ୍ରଫେସର ପ୍ରଦୀପ୍ତ କୁମାର ଦାସଙ୍କ ସମେତ ଡିନ୍ ଏକାଡେମିକ ପ୍ରଫେସର ସରୋଜ କୁମାର ପଟେଲ ଉପସ୍ଥିତ ଥିଲେ ।

୧୩ଜଣଙ୍କୁ ସ୍ୱର୍ଣ୍ଣ ପଦକ ସହିତ ସର୍ବଶ୍ରେଷ୍ଠ କୃତୀ ଛାତ୍ରୀ ଭାବେ ଶ୍ରୀୟା ସାଇନାଥଙ୍କୁ ଏନଆଇଟି ସ୍ୱର୍ଣ୍ଣପଦକ ସହ ପ୍ରଫେସର ବି.ବେହେରା ମେମୋରିଆଲ ସ୍ୱର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଛି ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ Tagged With: ଓଡିଶା, କାର୍ଯ୍ୟକ୍ରମ, ରାଉରକେଲା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire