• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଏପ୍ରିଲ ୨୯ରେ ପୃଥିବୀର ନିକଟତର ହେବ ଗ୍ରହାଣୁ, ବିପଦ ନାହିଁ

ଏପ୍ରିଲ ୨୯ରେ ପୃଥିବୀର ନିକଟତର ହେବ ଗ୍ରହାଣୁ, ବିପଦ ନାହିଁ

April 24, 2020 By LocalWire Leave a Comment

ଭୁବନେଶ୍ୱର,ଏପ୍ରିଲ ୨୪(ଲୋକାଲ ୱାୟାର): ଗ୍ରହାଣୁ ଧକ୍କାରେ ପୃଥିବୀ ନଷ୍ଟ ହୋଇଯିବ ।

ଏଭଳି ଏକ ଖବର ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ ପ୍ରକାଶିତ ଖବର ଏବେ ଲୋକଙ୍କ ନିଦ ହଜାଇ ଦେଇଛି ।

କିନ୍ତୁ ଏହାଦ୍ୱାରା ଯେ ପୃଥିବୀ ପ୍ରତି ବିପଦ ରହିଛି ଏଭଳି ପ୍ରଚାରକୁ ଖଣ୍ଡନ କରିଛନ୍ତି ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଉପନିଦେ୍ର୍ଦଶକ ଡ ଶୁଭେନ୍ଦୁ ପଟ୍ଟନାୟକ ସେ କହିଛନ୍ତି, ଏକ ବଡ଼ ଗ୍ରହାଣୁ ଏପ୍ରିଲ ମାସ ଶେଷରେ ପୃଥିବୀର ନିକଟତର ହେବ ।

ଏହି ଗ୍ରହାଣୁକୁ ୧୯୯୮ ମସିହାରେ ଆବିଷ୍କାର କରାଯାଇଥିଲା । ଏପ୍ରିଲ ୨୯ ଭାରତୀୟ ସମୟ ସକାଳ ୪ଟା ୨୮ରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ ।

ସେତେବେଳେ ଏହାର ଦୂରତା ପ୍ରାୟ ୬ ନିୟୁତ କିଲୋମିଟର ଅର୍ଥାତ ପୃଥିବୀ-ଚନ୍ଦ୍ର ଦୂରତାର ୧୬ଗୁଣ ରହିବ । ଏହା ଚଳିତ ବର୍ଷ ପୃଥିବୀର ନିକଟତମ ହେଉଥିବା ସବୁଠାରୁ ବଡ଼ ଗ୍ରହାଣୁ ଅଟେ ।

ବୈଜ୍ଞାନିକ ଓ ଜ୍ୟୋତିର୍ବିଜ୍ଞାନୀମାନେ ଏହି ଗ୍ରହାଣୁ ଓ ପୃଥିବୀ ମଧ୍ୟରେ କୌଣସି ଧକ୍କା ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଯଦିଓ ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଗ୍ରହାଣୁର ଶ୍ରେଣୀଭୁକ୍ତ କରାଯାଇଛି । ତଥାପି ଏହା କିପରି ପୃଥିବୀକୁ କୌଣସି କ୍ଷତି ପହଞ୍ଚାଇବ ନହିଁ ସେ ଦିଗରେ ବୈଜ୍ଞାନିକମାନେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ।

୧୯୪ଟି ଦେଶର ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଏନେଇ ଅବିରତ କାମ କରୁଛନ୍ତି ।

ଆସନ୍ତା କିଛି ବର୍ଷ ଯାଏଁ ଏପରି କୌଣସି ପିଣ୍ଡ ଦ୍ୱାରା ପୃଥିବୀ ପ୍ରତି କିଛି ବିପତ୍ତି ନାହିଁ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୨୦ ମସିହା ମାର୍ଚ୍ଚ ୫ ତାରିଖ ସୁଦ୍ଧା ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନଙ୍କ ଦ୍ୱାରା ପୃଥିବୀ ନିକଟରେ ଥିବା ୨୦ କୋଟିରୁ ଅଧିକ ଏପରି ପିଣ୍ଡମାନ ଠାବ କରାଯାଇ ସେମାନଙ୍କ ଆକାର ଗଠନ ତଥା କକ୍ଷପଥ ଗଣନା କରାଯାଉଛି ।

ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନାକୁ ଆକଳନ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାର ଏପରି ପିଣ୍ଡ ଠାବ କରାଯାଇଛି ଯାହାକି ଭବିଷ୍ୟତରେ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ସୃଷ୍ଟି କରୁଛି । ସେସବୁ ଗ୍ରହାଣୁମାନଙ୍କର ଗତିବିଧି ଉପରେ ନଜର ରଖାଯାଉଛି ।

ସୂଚନା ଯୋଗ୍ୟ, ଆଜିକୁ ୧୧୨ ବର୍ଷ ତଳେ ୧୯୦୮ ମସିହା ଜୁନ୍ ୩୦ରେ ରୁଷୀୟ ଦେଶର ସାଇବେରିଆରେ ଏଭଳି ଏକ ଗ୍ରହାଣୁ ଖସିଥିବାର ନଜିର ରହିଛି ।

ତୁଙ୍ଗାସ୍କା ଅଞ୍ଚଳରେ ଖସିଥିବା ଏହି ଗ୍ରହାଣୁ ଯୋଗୁଁ ସେଠାରେ ପ୍ରାୟ ୨ ହଜାର ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଯିବା ସହ ୮ କୋଟିରୁ ବେଶୀ ଗଛ ଓ ସେଠାରେ ଥିବା ଜୀବଜଗତ ନଷ୍ଟ ହୋଇଯାଇଥିଲେ ।

ଏହି ଗ୍ରହାଣୁ ପାଖାପାଖି ୨୦୦ରୁ ୪୦୦ ଫୁଟ୍ ଲମ୍ବା ହୋଇଥିବା ବେଳେ ଏହାର ସଂଘାତରୁ ଉତ୍ପନ୍ନ ହୋଇଥିବା ଶକ୍ତି ହିରୋସୀମାରେ ପଡ଼ିଥିବା ବୋମାର ଶକ୍ତିଠାରୁ ପ୍ରାୟ ହଜାରେ ଗୁଣ ଅଧିକ ବୋଲି ଆକଳନ କରାଯାଉଛି ।

ଅନେକ ଗୁଡ଼ିଏ ଗ୍ରହାଣୁ, ମଙ୍ଗଳ ଓ ବୃହସ୍ପତି ଗ୍ରହର କକ୍ଷ ମଧ୍ୟରେ ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି ।

ଏମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାର ଏକ ମିଟରରୁ କେତେ ଶହ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ।

ଲକ୍ଷ ଲକ୍ଷ ସଂଖ୍ୟାରେ ରହିଥିବା ଏହି ଗ୍ରହାଣୁ ଗୁଡ଼ିକ ବେଳେ ବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୋଇଥାନ୍ତି ।

ସେଗୁଡିକ ମଧ୍ୟରୁ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡ଼ିବା ପୂର୍ବରୁ ବାୟୂମଣ୍ଡଳରେ ପୋଡ଼ି ପାଉଁଶ ହୋଇଯାଇଥାଏ ବୋଲି ସେ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire