ଭୁବନେଶ୍ୱର, ଜାନୁଆରୀ ୧୯(ଲୋକାଲ ୱାୟାର): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପ୍ରୋ-ଲିଗ୍ ରେ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ମଧ୍ୟ ନେଦରଲାଣ୍ଡସକୁ ଭାରତ ପରାସ୍ତ କରିଛି ।
ପ୍ରଥମ ମ୍ୟାଚରେ ଭାରତ ୫-୨ ଗୋଲରେ ବିଜୟୀ ହୋଇଥିବା ବେଳେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପେନାଲଟି ସୁଟ୍ ଆଉଟ (୩-୧)ରେ ବିଜୟୀ ହୋଇଛି ।
ମ୍ୟାଚରେ ପ୍ରଥମ କ୍ୱାର୍ଟର ଗୋଲ୍ ଶୂନ୍ୟ ଥିବା ବେଳେ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ନେଦଲାଣ୍ଡସ ୩-୧ ଗୋଲରେ ଅଗ୍ରଣୀ ରହିଥିଲା ।
ତୃତୀୟ କ୍ୱାର୍ଟର ଗୋଲ୍ ଶୂନ୍ୟ ଥିବା ବେଳେ ଚତୁର୍ଥ କ୍ୱାର୍ଟରରେ ଭାରତ ଦୁଇଟି ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଖେଳ ସମାନ ସ୍ତରକୁ ଆଣିବାରେ ସଫଳ ହୋଇଥିଲା ।
ଖେଳ ଡ୍ର’ ରହିବାରୁ ପେନାଲଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା । ବିବେକ ପ୍ରସାଦ, ଗୁରୁଜନ୍ତ ସିଂହ ଓ ଆକାଶଦୀପ ସିଂହ ପେନାଲ୍ଟିକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିବା ବେଳେ ନେଦରଲାଣ୍ଡସର ଜଣେ ଖେଳାଳି ସଫଳ ହୋଇଥିଲେ ।
ଲୋକାଲ ୱାୟାର
Leave a Reply