ଭୁବନେଶ୍ୱର, ଜାନୁଆରୀ ୧୮(ଲୋକାଲ ୱାୟାର): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ହକି କମ୍ପେ୍ଲକ୍ସରେ ଶନିବାର ଆରମ୍ଭ ହୋଇଥିବା ଏଫଆଇଏଚ୍ ହକି ପ୍ରୋ ଲିଗ୍ ର ପ୍ରଥମ ମ୍ୟାଚରେ ଘରୋଇ ଭାରତ ଶକ୍ତିଶାଳୀ ନେଦରଲାଣ୍ଡସକୁ ୫-୨ ଗୋଲରେ ପରାସ୍ତ କରିଛି ।
ମ୍ୟାଚରେ ପ୍ରଥମରୁ ଭାରତୀୟ ଖେଳାଳିମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ । ପ୍ରଥମ କ୍ୱାର୍ଟରର ୩୦ତମ ସେକେଣ୍ଡରେ ଗୁରଜନ୍ତ ସିଂହ ଗୋଲ୍ ସ୍କୋର କରିଥିଲେ ।
୧୧ତମ ମିନିଟ୍ରେ ଡ୍ରାଗ୍ ଫ୍ଲିକର ରୂପିନ୍ଦର ପାଲ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ।
୧୩ତମ ମିନିଟ୍ରେ ନେଦରଲାଣ୍ଡସ ଗୋଟିଏ ଗୋଲ୍ ପରିଶୋଧ କରିଥିଲା । ପ୍ରଥମ କ୍ୱାର୍ଟରରେ ଭାରତ ୨-୧ରେ ଆଗୁଆ ଥିଲା ।
ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ନେଦରଲାଣ୍ଡସ ପୁଣି ଏକ ସ୍କୋର କରିଥିଲେ ମଧ୍ୟ ପରେ ଭାରତ ପକ୍ଷରୁ ମନଦୀପ ସିଂହ ୩୩ତମ ମିନିଟରେ, ୩୬ତମ ମିନିଟରେ ଲଳିତ ଉପାଧ୍ୟାୟ ଏବଂ ରୂପିନ୍ଦର ୪୬ତମ ମିନିଟରେ ସ୍କୋର କରି ଦଳକୁ ବିଜୟୀ କରାଇ ଦର୍ଶକ ଗ୍ୟାଲେରୀରେ ଉନ୍ମାଦନା ଖେଳାଳଇ ଦେଇଥିଲେ ।
ଲୋକାଲ ୱାୟାର
Leave a Reply