ଭୁବନେଶ୍ୱର, ଅକ୍ଟୋବର ୧୬ (ଲୋକାଲ ୱାୟାର) : ଓଡ଼ିଶାରେ କରୋନା ସଂକ୍ରମଣ କମୁଛି, ହେଲେ ଅବହେଳା କଲେ ପୁଣି ବଢିବାର ଆଶଙ୍କା ରହିଛି ବୋଲି ଶୁକ୍ରବାର ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା କହିଛନ୍ତି ।
ଶ୍ରୀ ପରିଡାଙ୍କ ସୂଚନା ଅନୁସାରେ, ସେପ୍ଟେମ୍ବର ୧୧ରୁ ୨୫ ତାରିଖ ମଧ୍ୟରେ ଦୈନିକ ପାଖାପାଖି ୪ ହଜାର ୨୦୦ ସଂକ୍ରମିତ ଚିହ୍ନଟ ହେଉଥିଲେ ।
୨୫ ତରିଖ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା କିମିଛି । ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ୨୫୦୦ ଭିତରେ ରହୁଛି ।
ରାଜ୍ୟରେ ଟେଷ୍ଟିଂ କମି ନାହିଁ । ଏବେ ୪୦ରୁ ୪୨ ହଜାର ପର୍ଯ୍ୟନ୍ତ ନମୁନା ଟେଷ୍ଟ କରାଯାଉଛି।
ବର୍ଷା ପାଇଁ ସାମ୍ପଲ ସଂଗ୍ରହ ସାମାନ୍ୟ କମିଛି । ଆଗକୁ ଦୈନିକ ୫୦ ହଜାର ପର୍ଯ୍ୟନ୍ତ ଟେଷ୍ଟିଂ ନେଇ ଲକ୍ଷ୍ୟ ରଖାଯାଇଛି । ପଜିଟିଭିଟି ୫ ପ୍ରତିଶତରୁ କମ ରହିଛି ।
ଏହାସହ ଲୋକଙ୍କୁ ସଚେତନ କରି ସେ କହିଛନ୍ତି, ଆଗକୁ ପୂଜା ଆସୁଛି । ସଂକ୍ରମଣ କମିଗଲା ଭାବି ଅବହେଳା କରନ୍ତୁ ନାହିଁ । ନ ହେଲେ ପୁଣି ସଂକ୍ରମଣ ବଢିବ ।
ଶୀତ ଦିନରେ ଥଣ୍ଡା ହେଲେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ।
ଓଡ଼ିଶାରେ ମୃତ୍ୟୁ ହାର କିଛି ମାତ୍ରାରେ ବଢିଛି । କିନ୍ତୁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମ୍ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଲୋକେ ସଚେତନ ହୋଇଛନ୍ତି ଏବଂ ଏଭଳି ଆଗକୁ ଜାରି ରଖିବା ପାଇଁ ଆଇଏଲଏସ୍ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply