କେନ୍ଦୁଝର, ଅଗଷ୍ଟ ୩୦ (ଲୋକାଲ ୱାୟାର) : ବର୍ତ୍ତମାନ ସମୟରେ ଦେଶବିଦେଶରେ ଓଡ଼ିଶାର ଟସର ସାମଗ୍ରୀର ଚାହିଦା ବୃଦ୍ଧି କରିବା ନିମନ୍ତେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାସ୍ଥିତ ଟସର ସମବାୟସମିତିର ଅନଲାଇନରେ ମାର୍କେଟିଂ କରିବା ପାଇଁ ଫ୍ଲିପ କାର୍ଟ ସହ ଚୁକ୍ତି କରିଛି ।
ସ୍ଥାନୀୟଲୋକଙ୍କୁ ଅଧିକ ରୋଜଗାରକ୍ଷମ କରିବା ପାଇଁ ୧୯୭୦ ମସିହାରେ ଭଗାମୁଣ୍ଡାରେ ଟସର ସମବାୟସମିତି ପ୍ରତିଷ୍ଠା ହୋଇଥିଲା ।
ଏବେ ୧୫ଶହରୁ ଊର୍ଦ୍ଧ୍ୱ ପରିବାର ଟସର ଉତ୍ପାଦକ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଟସର ଚାହିଦାକୁ ଦେଖି ବ୍ଲକରେ ୨୦୦୦ମସିହା ପରେ ଆଉ ୪ ଟିସୋସାଇଟି ପ୍ରତିଷ୍ଠା କରାଯାଇଥିଲା ।
ଏଥିରେ ୩୦୦୦ ଟସର ସଂଗ୍ରହକାରୀ ଉପକୃତ ହେଉଥିବା ବେଳେ ୩୦୦ଜଣ ମହିଳା ଟସର ସୂତା କାଟିବା, ବୁଣିବା ଓ ଫେବ୍ରିକପେଟିଂ ଓ ଏମବ୍ରୋଡରୀ କାମରେ ନିୟୋଜିତ ଅଛନ୍ତି ।
ଟସର ଉତ୍ପାଦନ କାର୍ଯ୍ୟରେ ଲୋକଙ୍କୁ ଅଧିକ ରୋଜଗାରକ୍ଷମ କରିବା ପାଇଁ ଡିଏମଏଫ ପାଣ୍ଠିରୁ ପାଖାପାଖି ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି ।
୨୦୧୯ ମସିହାରେ ଭଗାମୁଣ୍ଡା ଠାରେ ରାଜ୍ୟସରକାରଙ୍କ ପକ୍ଷରୁ ଟସର ସିଲ୍କ ପାର୍କ ଉଦଘାଟନ କରାଯାଇଥିଲା ।
ଅତ୍ୟାଧୁନିକ ଯନ୍ତ୍ରପାତି ବସାଇ ଟସରରୁ ବିଭିନ୍ନ ଡିଜାଇନର ଲୁଗା ପ୍ରସ୍ତୁତ କରାଯାଉଛି ।
ଟସର ଲୁଗାର ଚାହିଦା ସମସ୍ତ ବିଶ୍ୱରେ ରହିଥିବାରୁ ଏଭଳି ଅନଲାଇନ ସପିଂ ମାଧ୍ୟମରେ ଲୋକଙ୍କ ପାଖରେ ପହଁଚାଇବା ସୁବିଧା ଜନକ ହେବ ।
ଏନେଇ ଜିଲ୍ଲା ପ୍ରଶାସନ ଫ୍ଲିପ କାର୍ଟ ସହିତ ଏମଓୟୁ ସ୍ୱାକ୍ଷର କରିଥିବା ଜିଲା ପ୍ରଶାସନ ସୋସିଆଲ ମିଡିଆରେ ଘୋଷଣା କରିବା ସହ ଟସର ସଂଗ୍ରହକାରୀ ଓ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଲୋକାଲ ୱାୟାର
Leave a Reply