କଟକ, ଜାନୁଆରୀ ୨୯(ଲୋକାଲ ୱାୟାର): ଏବେ ଜଣେ ବ୍ୟକ୍ତି ରାଜ୍ୟର ଯେକୌଣସି ସ୍ଥାନରୁ ଗାଡ଼ି କିଣିଥିଲେ ମଧ୍ୟ ସବୁ ଆରଟିଓଙ୍କ ନିକଟରେ ରେଜିଷ୍ଟ୍ରେସନ ନବୀକରଣ ପାଇଁ ଆବେଦନ କରିବାରେ ବାଧା ରହିବ ନାହିଁ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିଦେ୍ର୍ଦଶନାମାରେ କୁହାଯାଇଛି ।
କୌଣସି ଗାଡ଼ି ପଞ୍ଜିକରଣର ୧୫ବର୍ଷ ପରେ ନବୀକରଣ ଦରକାର ପଡ଼ୁଥିବା ବେଳେ ବର୍ତ୍ତମାନର ନିୟମାନୁସାରେ ଗାଡ଼ି କ୍ରୟ ହୋଇଥିବା ଆରଟିଓଙ୍କ ନିକଟରେ ଏହା କରାଯାଉଛି ।
କିନ୍ତୁ ଏବେ ଯେକୌଣସି ଆରଟିଓଙ୍କ ନିକଟରେ ଏହା ହୋଇପାରିବ । ଭୁବନେଶ୍ୱର ଆରଟିଓରେ ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply