ଭୁବନେଶ୍ଵର, ଜୁଲାଇ ୨୬ (ଲୋକାଲ ୱାୟାର) ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସହ ଘରୋଇ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ଵିତୀୟ ପର୍ଯ୍ୟାୟ ମେଡିକାଲ କାଉନସେଲିଂ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁଲାଇ ୨୮ରେ ମେଧାତାଲିକା ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି ।
ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ବଳକା ରହିଯାଇଥିବା ଏମବିବିଏସ ଓ ବିଡିଏସ ସିଟ ପୂରଣ ନିମନ୍ତେ ଏହି ଦ୍ଵିତୀୟ ପର୍ଯ୍ୟାୟ ମେଡିକାଲ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି ।
ନିଟ ରାଙ୍କ ପାଇଥିବା ଛାତ୍ରଛାତ୍ରୀମାନେ ୨୪ ତାରିଖରେ ଅନଲାଇନରେ ନାମ ପଞ୍ଜୀକରଣ କରିଥିଲେ ।
ସେପଟେ ମେଡିକାଲ କଲେଜ ଓ ହସ୍ପିଟାଲରେ ଉପଲବ୍ଧ ରାଜ୍ୟସ୍ତରୀୟ ସଂରକ୍ଷିତ ସିଟ ମଧ୍ୟରୁ ୨୪୭ ସିଟ ଖାଲି ପଡିଛି ।
ଘରୋଇ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ଏମବିବିଏସରେ ସମୁଦାୟ ୫୫ସିଟ ଖାଲିପଡିଥିବା ବେଳେ ଡେଣ୍ଟାଲରେ ୯୫ ବିଡିଏସ ସିଟ ଖାଲି ପଡିଥିବା ସୂଚନା ରହିଛି ।
ଲୋକାଲ ୱାୟାର
Leave a Reply