ଭୁବନେଶ୍ୱର ଫେବ୍ରୁଆରୀ ୧୫(ଲୋକାଲ ୱାୟାର): ୨୦୦୧-୦୨ମସିହା ଜନଗଣନା ଅନୁଯାୟୀ ରାଜ୍ୟରେ ସର୍ବମୋଟ ୧,୨୯,୯୫୮ଜଣ କାରିଗର ହସ୍ତଶିଳ୍ପରେ ଜୀବିକା ଉପାର୍ଜନ କରୁଛନ୍ତି ।
ସେମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ନିପୂଣ ଶିଳ୍ପୀଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଛି ।
ଏଥିସହିତ ଶିଳ୍ପୀଗ୍ରାମ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ହସ୍ତଶିଳ୍ପଭିତ୍ତିକ କାରିଗରମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଉଛି ।
ଏଥିସହିତ ନମୂନା ବିକାଶ ପାଇଁ ତାଲିମ ପ୍ରଦାନ କରାଯାଉଛି ।
ଶିଳ୍ପୀ ଉନ୍ନତି ଯୋଜନାରେ କାରିଗରମାନଙ୍କୁ ବ୍ୟାଙ୍କ ଋଣ ନିମନ୍ତେ ସହାୟତା ରାଶି ପ୍ରଦାନ, ବାହ୍ୟଜ୍ଞାନ ଆହରଣ ପାଇଁ ଯାତ୍ରା ନିମନ୍ତେ ସହାୟତା ପ୍ରଦାନ, ହସ୍ତଶିଳ୍ପ ପ୍ରଦର୍ଶନୀ ମାଧ୍ୟମରେ ବିକ୍ରିବଟା ପାଇଁ ସହାୟତା ପ୍ରଦାନ, ଆର୍ଥିକ ଅନଗ୍ରସର ଶିଳ୍ପୀମାନଙ୍କୁ କାର୍ଯ୍ୟଶାଳା ତଥା ବାସଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ ଏଥିସହିତ ହସ୍ତଶିଳ୍ପ ସଚେତନତା ଶିବିର ଆୟୋଜନ ହେଉଛି ।
ଲୋକାଲ ୱାୟାର
Leave a Reply