କଟକ, ଅଗଷ୍ଟ ୨୫(ଲୋକାଲ ୱାୟାର): କଟକ ସହରରେ ଏ ବର୍ଷ କୌଣସି ମଣ୍ଡପରେ ଦୁର୍ଗାପୂଜା ହୋଇପାରିବ ନାହଁ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ।

ସେ କହିଛନ୍ତି, କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି କୌଣସି ପ୍ରକାଣ ଧର୍ମୀୟ କାର୍ଯ୍ୟ କିମ୍ବା ସମାବେଶକୁ ଅନୁମତି ଦିଆଯାଇପାରିବ ନାହିଁ ।

ତେଣୁ କୌଣସି ମଣ୍ଡପରେ ଦୁର୍ଗାପୂଜା ପାଇଁ ଅନୁମତି ଦିଆଯିବ ନାହିଁ । ତେବେ ଲୋକମାନେ ସେମାନଙ୍କ ଘରେ ଦୁର୍ଗାପୂଜା କରିପାରିବେ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ହାଇକୋର୍ଟରେ ଏକ ଆବେଦନ କରାଯାଇ ମଣ୍ଡପରେ ପୂଜା ପାଇଁ ଅନୁମତି ଲୋଡ଼ାଯାଇଛି ।

୫ ଶହ ବର୍ଷର ପରମ୍ପରା ସହ ଲୋକଙ୍କ ବିଶ୍ୱାସ ଜଡ଼ିତ ଥିବାରୁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଛି ।

ସ୍ମରଣଯୋଗ୍ୟ, ହାଇକୋର୍ଟ ଏହା ପୂର୍ବରୁ ମଧ୍ୟ ଗଣେଶ ପୂଜା ପାଇଁ ଅନୁମତି ଦେବାକୁ ନିବେଦନ କରି ହୋଇଥିବ ଏକ ମାମଲାର ଶୁଣାଣି କରି ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ଏବଂ କଟକ ଜିଲ୍ଲା ପ୍ରଶାସନ ଘର ବ୍ୟତୀତ ବାହାରେ ଗଣେଶ ପୂଜା ଉପରେ କଟକଣା ଲଗାଇଥିଲା ।

ଲୋକାଲ ୱାୟାର