ରାଷ୍ଟ୍ରପତି ରାମନାଥ କୋବିନ୍ଦ ସପତ୍ନୀକ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ସେ ରାଉରକେଲାରେ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସେଠାରେ ଆଇଜିଏଚ ସୁପର ସ୍ପେସିଆଲିଟି ହସପିଟାଲକୁ ମଧ୍ୟ ଲୋକାର୍ପିତ କରିଛନ୍ତି ।

ଏହାପରେ ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ସେ କୋଣାର୍କ ଯାଇ ଏହି ବିଶ୍ୱପ୍ରସିଦ୍ଧ ଐତିହ୍ୟର ସୌନ୍ଦର୍ଯ୍ୟକୁ ମଧ୍ୟ ଅବଲୋକନ କରିଥିଲେ । ଆସନ୍ତୁ ଫଟୋରେ ଦେଖିବା ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ.. ..