ଭୁବନେଶ୍ୱର, ସେପ୍ଟେମ୍ବର ୭ (ଲୋକାଲ ୱାୟାର): ଭୁବନେଶ୍ୱରର ସଙ୍କେତ ରାୟ କୋକାକୋଲା ଭାରତ ଓ ଦକ୍ଷିଣ-ପଶ୍ଚିମ ଏସିଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି ।
ସଙ୍କେତ ଏମଏସିଟି, ଭୋପାଳରୁ ଇଞ୍ଜିନିୟରିଂ ଡିଗ୍ରୀ ସହ ଜାଭିଅର ଇନଷ୍ଟିଚୁ୍ୟଟ୍ ଅଫ ମ୍ୟାନେଜମେଣ୍ଟ୍ ଆଣ୍ଡ ବିଜିନେସ ଷ୍ଟଡିଜ୍ (ଏକ୍ସଆଇଏମବି)ରୁ ମ୍ୟାନେଜମେଣ୍ଟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।
ଏବେ ରାୟ କୋକାକୋଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।
ନାଲକୋର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ଅଂଶୁମାନ ଦାସ ଟ୍ୱିଟରରେ ଏହି ଖବର ଜଣାଇବା ସହ ଏହା ଓଡ଼ିଆଙ୍କ ପାଇଁ ଗର୍ବର କଥା ବୋଲି ଉଲ୍ଲେଖ କରିଥିଲେ ।
ଭୁବନେଶ୍ୱରର ସଙ୍କେତ କୋକାକୋଲା ଭାରତ ଓ ଦକ୍ଷିଣ ପଶ୍ଚିମ ଏସିଆର ମୁଖ୍ୟ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ପାଇଁ ଏହା ଗର୍ବର କଥା ।
ତାଙ୍କ ବାପା ମୋ ବନ୍ଧୁ ଓ ଜଣାଶୁଣା ପ୍ରାଣୀ ଚିକିତ୍ସକ ବୋଲି ସେ ଉଲ୍ଲେଖ କରିଛନ୍ତି ।
ବିଶ୍ୱର ଅଗ୍ରଣୀ ମୃଦୁ ପାନୀୟ ବ୍ରାଣ୍ଡ କୋକାକୋଲାର ସର୍ବୋଚ୍ଚ ପଦବିରେ ନିଯୁକ୍ତ ସଙ୍କେତ ଭୁବନେଶ୍ୱରର ବିଜେବି କଲେଜ ଓ ଏକ୍ସଆଇଏମବିରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply