ଭୁବନେଶ୍ବର, ଡିସେମ୍ବର ୨ (ଲୋକାଲ ୱାୟାର): ଭୁବନେଶ୍ବରସ୍ଥିତ ଓଡିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଦ୍ଵିତୀୟ ଓଡିଶା ଉତ୍କର୍ଷ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରବିବାର ଅନୁଷ୍ଠିତ ଏହି ଉତ୍ସବରେ ୧୭ ଜଣ ବିଶିଷ୍ଠ ବ୍ୟକ୍ତିତ୍ବ ଓ ୩ଟି ଅନୁଷ୍ଠାନକୁ ସମ୍ମାନିତ କରାଯାଇଛି ।

ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଙ୍ଗୀତ ପାଇଁ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବୀ ଜଗଦାନନ୍ଦ, ସାହିତ୍ୟରେ ହରପ୍ରସାଦ ଦାସ, ନାଟକରେ ଅଜିତ ଦାସ, ସିନେମାରେ ମହାଶ୍ଵେତା ରାୟ, ଲୋକସେବାରେ ଅରୁଣ ବୋଥ୍ରା, କ୍ରୀଡାରେ ଅନୁରାଧା ବିଶ୍ଵାଳ, ସାମ୍ବାଦିକତାରେ ସନ୍ଦୀପ ସାହୁ, ଉଦ୍ୟୋଗରେ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣାରେ ଅରୁଣ କୁମାର ସାବତ, ସ୍ୱାସ୍ଥ୍ୟରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ଵରେ ପ୍ରିୟଦର୍ଶୀ ନାନୁ ପାଣି, ଶିକ୍ଷାକ୍ଷେତ୍ରରେ ସବିତା ପଟ୍ଟନାୟକ, ପ୍ରଯୁକ୍ତି ବିଜ୍ଞାନରେ ପ୍ରଶାନ୍ତ ସାହୁ ଓ ସମ୍ପଦ ପରିଚାଳନାରେ ତ୍ରିନାଥ ଲେଙ୍କା ପ୍ରମୁଖଙ୍କୁ ପୁରସ୍କୃତ କରିଥିଲେ।

ସେହିଭଳି କର୍ପୋରେଟ ସାମାଜିକ ଦାୟିତ୍ଵରେ ନାଲକୋ, ପ୍ରଶିକ୍ଷଣ କ୍ଷେତ୍ରରେ ବାଜିରାଓ ଆଇଏଏସ ଏକାଡେମୀ ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ ଓଡିଶା ଭଲ୍ୟୁଣ୍ଟାରୀ ଆକ୍ସନକୁ ସମ୍ମାନିତ କରାଯାଇଛି ।

ଉତ୍ସବରେ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଲୋକାଲ ୱାୟାର