ଭୁବନେଶ୍ୱର, ଅଗଷ୍ଟ ୨୦ (ଲୋକାଲ ୱାୟାର) : ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ଓଡ଼ିଶା ଷ୍ଟାଫ ସଲେକ୍ସନ କମିଶନ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନିଯୁକ୍ତି ଦେଇଛନ୍ତି।
ଜଗନ୍ନାଥ ଲେଙ୍କା ଉତ୍ତର ଓଡ଼ିଶା ୟୁନିଭରସିଟିର ଅର୍ଥନୀତି ବିଭାଗ ମୁଖ୍ୟ ଥିଲେ ।
ଜଗନ୍ନାଥ ଲେଙ୍କାଙ୍କ ପାଖରେ ୩୦ବର୍ଷର ଶିକ୍ଷାଦାନ ଓ ୨୦ ବର୍ଷର ଗବେଷଣା ଅଭିଜ୍ଞତା ରହିଛି।
ସେ ୮ଟି ପୁସ୍ତକ ରଚନା କରିଥିବାବେଳେ ୧୬ଟି ବହି ସମ୍ପାଦିତ କରିଛନ୍ତି। ତାଙ୍କର ଗବେଷଣାତ୍ମକ ନିବନ୍ଧ ୩୪ଟି ଜର୍ଣ୍ଣାଲରେ ପ୍ରକାଶ ପାଇଛି।
ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପିଜି କାଉନସିଲ୍ ଚେୟାରମ୍ୟାନ୍, ଏସଆରସି ଚେୟାରମ୍ୟାନ୍, ସିନେଟ୍ ଓ ସିଣ୍ଡିକେଟ୍ ସଦସ୍ୟ, ସିଡିସି, ଡିଡିସିଇ, ଏସଏଫସି, ଆଇକ୍ୟୁଏସିର ନିର୍ଦେଶକ ଭାବେ ସଫଳତା ସହ ଦାୟିତ୍ବ ନିର୍ବାହ କରିଛନ୍ତି।
ଲୋକାଲ ୱାୟାର
Leave a Reply