ଭୁବନେଶ୍ୱର, ମାର୍ଚ୍ଚ ୨୭(ଲୋକାଲ ୱାୟାର): କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଶୁକ୍ରବାର ୮ଟି ରାଜ୍ୟପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି ।
ବନ୍ୟା, ମରୁଡ଼ି, ଭୂସ୍ଖଳନ ଓ ବାତ୍ୟାଭଳି ପ୍ରାକୃତିକ ବିପତି ପାଇଁ ଓଡ଼ିଶା, ବିହାର,ମହାରାଷ୍ଟ୍ର, କେରଳ, ନାଗାଲାଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଏହି ସହାୟତା ପାଇବେ ।
ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ଫଣ୍ଡ (ଏନଡିଆରଏଫରୁ ଏହି ଫଣ୍ଡ ଯୋଗାଇ ଦିଆଯିବ । ତେବେ ଏହି ଅର୍ଥ ପ୍ରଦାନ ପାଇଁ କମିଟି କେତେକ ସର୍ତ୍ତାରୋପ କରିଛି ।
୨୦୧୯ରେ ହୋଇଥିବା ପ୍ରାକୃତିକ ବିପତ୍ତି ନିମନ୍ତେ ସଂପୃକ୍ତ ରାଜ୍ୟଗୁଡ଼ିକୁ ଏହି ଅତିରିକ୍ତ ସହାୟତା ଦିଆଯିବ ।
ଏହି ଅତିରିକ୍ତ ସହାୟତା ବାବଦରେ ଓଡ଼ିଶାକୁ ୧୭୯ କୋଟି ୬୪ ଲକ୍ଷ ଟଙ୍କା ମିଳିବ ।
ଲୋକାଲ ୱାୟାର
Leave a Reply