ଭୁବନେଶ୍ୱର, ଅଗଷ୍ଟ ୨୧(ଲୋକାଲ ୱାୟାର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ଭାବେ ଅବସରପ୍ରାପ୍ତ ଆଇଏଏସ୍ ତଥା ସମବାୟ ସମିତି ପୂର୍ବତନ ରେଜିଷ୍ଟ୍ରାର୍ ବିଭୂତି ଭୂଷଣ ପଟ୍ଟନାୟକ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ସୁଧାଂଶୁ ଶେଖର ରଥଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଥିବା ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି ।
ଶ୍ରୀ ପଟ୍ଟନାୟକ ଗତ ଜୁଲାଇ ୩୧ରେ ସମବାୟ ସମିତି ରେଜିଷ୍ଟ୍ରାର୍ ପଦବିରୁ ଅବସର ନେଇଥିଲେ ।
ସେ ଅତୀତରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ, ଝାରସୁଗୁଡ଼ା ଜିଲ୍ଲାପାଳ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।
ପ୍ରଫେସର ରଥ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ଥିଲେ । ଉଭୟ ୬୨ ବର୍ଷ ବୟସ ପର୍ଯ୍ୟନ୍ତ କାମ କରିବେ ।
ଲୋକାଲ ୱାୟାର
Leave a Reply