କଟକ,ମାର୍ଚ୍ଚ ୩୦(ଲୋକାଲ ୱାୟାର): କରୋନା ପ୍ରଭାବରେ ବିଭିନ୍ନ ଖାଦ୍ୟ ସାମଗ୍ରୀ କଳାବଜାର ହେଉଥିବା ବେଳେ କଟକରେ ପନିର କିଲୋଗ୍ରାମ ପ୍ରତି ୧୫୦ ଟଙ୍କା ହୋଇଥିବା ଜଣେ ଖାଉଟି ଶ୍ୟାମ ସୁନ୍ଦର ସାହୁ ସୋମବାର ଦିନ କହିଛନ୍ତି ।
କରୋନା ଜନିତ ଲକଡାଉନ ପୂର୍ବରୁ ପନିର କିଲୋ ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଥିଲା ବେଳେ ଏବେ ଏହାର ଦର ୧୦୦ ଟଙ୍କା ହ୍ରାସ ପାଇଛି ।
ଲକ ଡାଉନ ଯୋଗୁ ଚାଷୀମାନଙ୍କ ଠାରୁ ଓମଫେଡ କମ ପରିମାଣର ଦୁଗ୍ଧ କ୍ରୟ କରୁଥିବା ବେଳେ ଅନ୍ୟାନ୍ୟ ଘରୋଇ କମ୍ପାନୀ ଦୁଗ୍ଧ କ୍ରୟ କରୁନାହାନ୍ତି ।
ଯେଉଁଥିଲାଗି କଟକ ଜିଲ୍ଲାର ଗୋପାଳକ ତଥା ଦୁଗ୍ଧ ଚାଷୀ ବିପୁଳ କ୍ଷତି ସହି ଆସୁଛନ୍ତି ।
ରାତିପାହିଲେ ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଗୁଡିକରୁ କଟକକୁ ପ୍ରାୟ ୯ରୁ ୧୦ଟନ ଛେନା ଓ ପନିର ଆସିଥାଏ ।
ଏବେ ମିଠା ଓ ଛେନା ରାବିଡି ଦୋକାନ ବନ୍ଦ ରହିଥିବାରୁ ଏହାର ଅଭାବୀ ବିକ୍ରି ହୋଇଛି ।
ଅନ୍ୟପକ୍ଷରେ ଦୁଗ୍ଧଚାଷୀ ମାନେ ଉତ୍ପାଦିତ ଦୁଗ୍ଧ ବିକ୍ରି କରିନପାରି ଘରେ ଘରେ ପନିର ତିଆରି ହେଉଥିବା ପରିଲକ୍ଷିତ ହୋଇଛି ।
ଫଳରେ କଟକ ସହର ଓ ଗ୍ରାମାଞ୍ଚଳରେ ଦୁଗ୍ଧ ଚାଷୀ ମାନେ ବାଧ୍ୟ ହୋଇ ପନିରକୁ ଶସ୍ତାରେ ଖାଉଟିଙ୍କୁ ଦେଉଛନ୍ତି ।
ଲୋକାଲ ୱାୟାର
Leave a Reply