ଭୁବନେଶ୍ୱର, ମେ ୪(ଲୋକାଲ ୱାୟାର): ଓଲିଉଡର ତିନି ନାୟିକା ଆଜି କୋଭିଡ୍ ଟିକା ନେଇଛନ୍ତି ଏବଂ ଅନ୍ୟମାନଙ୍କୁ ନେବା ପାଇଁ ନିବେଦନ କରିଛନ୍ତି ।

ଆଜିଠାରୁ ୧୮ରୁ ୪୪ବର୍ଷ ପର୍ଯ୍ୟନ୍ତ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ଅଭିନେତ୍ରୀ ଶିବାନୀ ସଙ୍ଗୀତା, ସସ୍ମିତା ପିଆଲି ସାହୁ ଏବଂ ଶୀତଲ ପାତ୍ର ଟିକା ନେଇ ନିଜ ନିଜର ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।

ଶିବାନୀ ଫଟୋ ପୋଷ୍ଟ କରି ଲେଖିଛନ୍ତି ମୁଁ କୋଭାକ୍ସିନ୍ ଟିକାର ପ୍ରଥମ ଡୋଜ୍ ନେଇଯାଇଛି ।

ଆପଣମାନେ ଯଥାଶୀଘ୍ର ଟିକା ନିଅନ୍ତୁ ଓ କରୋନାମୁକ୍ତ ଭାରତ ଗଢ଼ିବାରେ ନିଜର ଦାୟିତ୍ୱ ନିଭାନ୍ତୁ ।

ସେହିପରି ସସ୍ମିତା ଲେଖିଛନ୍ତି, ମୁଁ କୋଭିଡ୍ -୧୯ ଟିକାର ପ୍ରଥମ ଡୋଜ୍ ନେଲି । ତେଣୁ ସମସ୍ତେ ଟିକା ନେବା ଏବଂ କରୋନାକୁ ହରାଇବା ।

ସେହିପରି ଶୀତଲଙ୍କ ଫ୍ୟାନ୍ ସାଇଟ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେ ଟିକା ନେଇଥିବା ଫଟୋ ପଡ଼ିଛି ।

ସେ ବି ସମସ୍ତଙ୍କୁ ଟିକା ନେବାକୁ କହିବା ସହ ସମସ୍ତେ ସୁସ୍ଥ ଓ ନିରାପଦ ରୁହନ୍ତୁ ବୋଲି କାମନା କରିଛନ୍ତି ।

ଲୋକାଲ ୱାୟାର