ଭୁବନେଶ୍ୱର, ଅକ୍ଟୋବର ୧୬ (ଲୋକାଲ ୱାୟାର): ୱେର): ଆଇଆଇଟି, ଖଡଗପୁରରେ ପଢୁଥିବା ଓଡ଼ିଆ ଛାତ୍ର ପୀୟୁଷ ଅଗ୍ରୱାଲ ଏକ ଅଭିନବ ମାସ୍କ ପ୍ରସ୍ତୁତ କରିଛନ୍ତି ।
ବ୍ୟାଟେରି ପରିଚାଳିତ ଏହି ମାସ୍କର ଦୁଇ ପାର୍ଶ୍ୱରେ ଦୁଇଟି ଛିଦ୍ର ଥିବା ବେଳେ ଛୋଟ ଫ୍ୟାନ ରହିଛି ।
ଏହି ମାସ୍କ କରୋନାରୁ ଅଧିକ ସୁରକ୍ଷା ପ୍ରଦାନ କରିବ ବୋଲି ପୀୟୁଷ କହିଛନ୍ତି । ଏନ୯୫ ମାସ୍କ ବ୍ୟବହାର କରି ସେ ଏଥିରେ କିଛି ବୈଶିଷ୍ଟ୍ୟ ଯୋଡ଼ିଛନ୍ତି ।
ଖେଳାଳିମାନେ ମଧ୍ୟ ଏହାକୁ ପିନ୍ଧି ପାରିବେ । ସାଧାରଣ ମାସ୍କ ବ୍ୟବହାରକାରୀ ଅଧିକ ଅଙ୍ଗାରକାମ୍ଳ ଓ କମ୍ ଅମ୍ଳଜାନ ଗ୍ରହଣ କରିଥାନ୍ତି ।
ମାସ୍କର ସୁରକ୍ଷା ବୈଶିଷ୍ଟ୍ୟ ଓ ନିଶ୍ୱାସପ୍ରଶ୍ୱାସ ନେବାରେ ବ୍ୟବହାରକାରୀ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ବୋଲି ପୀୟୁଷ କହିଛନ୍ତି ।
ମାସ୍କଟିକୁ ସିଆଇଏସଆର (କେନ୍ଦ୍ରୀୟ ବୈଜ୍ଞାନିକ ଅନୁସନ୍ଧାନ ଉଦ୍ୟୋଗ), ଏମ୍ସ ଅଧୀନ ଏନପିଏଲ (ଜାତୀୟ ଭୌତିକ ଗବେଷଣାଗାର) ଓ ମୌଲାନା ଆଜାଦ ମେଡିକାଲ କଲେଜ, ନୂଆଦିଲ୍ଲୀକୁ ଯାଂଚ ଓ ଆବଶ୍ୟକ ଅନୁମୋଦନ ପାଇଁ ପଠାଯାଇଛି ।
ଲୋକାଲ ୱାୟାର
Leave a Reply