ନୂଆଦିଲ୍ଲୀ, ଅଗଷ୍ଟ ୬(ଲୋକାଲ ୱାୟାର): ୧୯୮୫ ବ୍ୟାଚ୍ ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ୍ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଭାବେ ନିଯୁକ୍ତ ହୋଇଥିବା ଗୁରୁବାର କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରୁ ପ୍ରକାଶ ।
ସେ ବର୍ତ୍ତମାନର ସିଏଜି ତଥା ରାଜସ୍ଥାନ କ୍ୟାଡରର ୧୯୭୮ ବ୍ୟାଚ୍ ଆଇଏଏସ୍ ରାଜୀବ କୁମାର ମେହେର୍ଷିଙ୍କ ଠାରୁ ଦାୟିତ୍ୱ ନେବେ ।
ଶ୍ରୀ ମୁର୍ମୁ ଗତବର୍ଷ ଅକ୍ଟୋବର ୩୧ରେ ରାଜ୍ୟ ମାନ୍ୟତା ହରାଇବା ପରେ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଥିଲେ ।
ଗତକାଲି ସେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଆଜି ଦିଲ୍ଲୀରେ ପହଞ୍ଚିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଶ୍ରୀ ମୁର୍ମୁ ତାଙ୍କର ପ୍ରଧାନ ସଚିବ ଥିଲେ ।
ମୟୂରଭଞ୍ଜରେ ଜନ୍ମିତ ଶ୍ରୀ ମୁର୍ମୁ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।
ବର୍ମିଂହାମ ୟୁନିଭର୍ସିଟିରୁ ସେ ବିଜିନେସ ଆଡମିନିଷ୍ଟ୍ରେସନରେ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।
ଲୋକାଲ ୱାୟାର
Leave a Reply