ଭୁବନେଶ୍ୱର, ଏପ୍ରିଲ ୨୯(ଲୋକାଲ ୱାୟାର): ଓଡ଼ିଆ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଜାହିର କରିଛନ୍ତି ଭାରତୀୟ ଫ୍ୟାଶନ୍ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ।
ସେ କହିଛନ୍ତି ଭ୍ରମଣ ଦ୍ୱାରା ଆମେ ଅନେକ ନୂତନତ୍ୱର ସନ୍ଧାନ ପାଇଥାଉ । ସେ ନୂଆ ସ୍ଥାନ ହେଉ କି ନୂଆ ଖାଦ୍ୟ । ଏହି ନୂତନତ୍ୱର ସନ୍ଧାନ ମ୍ୟାଜିକ୍ ଭଳି ।
ଏଥିପାଇଁ ସେ ନିଜ ଟ୍ରାଭେଲ୍ ଡାଏରୀ (ଭ୍ରମଣ ଡାଏରୀ)ରୁ ଏକ କାହାଣୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଯାହାକୁ କେବଳ ଓଡ଼ିଶାବାସୀ ନୁହଁନ୍ତି ବରଂ ଓଡ଼ିଶା ସଂସ୍କୃତି ଓ ଖାଦ୍ୟକୁ ଭଲ ପାଉଥିବା ପ୍ରତିଟି ଲୋକ ସେୟାର କରିଛନ୍ତି । ଇନଷ୍ଟାରେ ସେୟାର କରିଥିବା ନିଜ ପୋଷ୍ଟରେ ସବ୍ୟସାଚୀ ଲେଖିଛନ୍ତି ।
ସେ କହିଛନ୍ତି ଆଜିକୁ ୨୩ ବର୍ଷ ତଳେ ପୁରୀ-ରଘୁରାଜପୁର ଭ୍ରମଣରେ ଆସିଥିବା ବେଳେ ତାଙ୍କର ସାମ୍ନା ଏଭଳି ଏକ ମ୍ୟାଜିକ୍ ସହ ହୋଇଥିଲା ।
କୋଲକାତା ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (ନିଫ୍ଟ)ରେ ସେତେବେଳେ ସେ ଜଣେ ଛାତ୍ର ଥିଲେ ।
ଐତିହ୍ୟ ଗାଁ ରଘୁରାଜପୁରର ଡକୁ୍ୟମେଣ୍ଟେସନ୍ କାମ ପାଇଁ ତାଙ୍କୁ ପୁରୀ-ରଘୁରାଜପୁର ଆସିବାକୁ ପଡ଼ିଥିଲା ।
ଯେତେବେଳେ ସେ ରଘୁରାଜପୁର ପାଇଁ କଲିକତାରୁ ଓଡ଼ିଶା ବାହାରିଥିଲେ ସେତେବେଳେ ତାଙ୍କ ମା’ ତା’ଙ୍କୁ ପୂର୍ବରୁ ପରିବାର ସହ ଓଡ଼ିଶା ଆସିଥିବା ପ୍ରସଙ୍ଗ ଉଠାଇବା ସହ ଓଡିଶାର ଶାକାହାରୀ ସ୍ୱାଦିଷ୍ଟ ଭୋଜନ ବିଷୟରେ କହିଥିଲେ ।
ସବ୍ୟସାଚୀ ନିଜର ଅଭିଜ୍ଞତାରେ ଲେଖିଛନ୍ତି ଏହି ଯାତ୍ରା ମୋ ପାଇଁ ଯେତିକି ସ୍ମରଣୀୟ ଥିଲା ସେତିକି ମ୍ୟାଜିକ୍ ଭଳି ମନେ ହେଉଥିଲା । କାରଣ ଐତିହ୍ୟ ଗାଁ ରଘୁରାପୁରର ପ୍ରତିଟି ସୃଷ୍ଟି ଥିଲା ଅନନ୍ୟ ।
ସବ୍ୟସାଚୀ ଲେଖିଛନ୍ତି ମା’ ସେଦିନ ଯେଉଁ ଖାଇବା ଓ ଯେଉଁ ଖାଇବା ପରଷିଥିବା ମାଉସୀ କଥା କହିଥିଲେ ସେଠାରେ ହୁଏତ ଏବେ ଏକ ସୁପରମାର୍କେଟ୍ ହୋଇଯାଇଥିବ ।
ହେଲେ ଆଜିକୁ ୨୦ ବର୍ଷ ତଳେ ମୁଁ ରଘୁରାଜପୁର ଆସିଥିବା ବେଳେ ସେଠାରେ ଯେଉଁ ଖାଇବା ଖାଇଥିଲି ତାହାର ସ୍ୱାଦ ସତରେ ଖୁବ୍ ନିଆରା ଥିଲା ।
ଓଡ଼ିଶାର ଓ ଓଡ଼ିଆଙ୍କ ଖାଦ୍ୟ ପ୍ରତିଥିବା ଏହି ରୁଚି ନିଶ୍ଚିତ ଭାବେ ବିଶ୍ୱର ସବୁ ଲୋକଙ୍କୁ ଓଡ଼ିଶା ପ୍ରତି ମୋହଗ୍ରସ୍ତ କରାଏ ।
ସେଥିପାଇଁ ତ ପ୍ରତି ଅନ୍ତରାଳରେ କେହି ନା କେହି ବଡ ବଡ ହସ୍ତୀ ଓଡ଼ିଶା ଆସି ଓଡ଼ିଆ ଖାଦ୍ୟର ଭୁରି ଭୁରି ପ୍ରଶଂସା କରିଥାନ୍ତି ।
ଲୋକାଲ ୱାୟାର
Leave a Reply