ଭୁବନେଶ୍ୱର, ନଭେମ୍ବର ୨୮(ଲୋକାଲ ୱାୟାାର): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଶୁଭ ମହୁରତ ଶେଷ ହୋଇ ଏବେ ଫିଲ୍ମର ସୁଟିଂ ଚାଲିଛି ।
ଏହାର ଲିଡରେ ନାୟିକା ଏଲିନା ଅଭିନୟ କରୁଥିଲା ବେଳେ ତାଙ୍କ ନାୟକ ସାଜିଛନ୍ତି ରାଜବୀର । ସିନେମାରେ ଯାତ୍ରାର ଦୁର୍ଦ୍ଦାନ୍ତ ଖଳନାୟକ ତଥା ବ୍ୟାଡ୍ ବୟ ସଞ୍ଜୟ ଭୋଳ ଏକ ସ୍ୱତନ୍ତ୍ର ଭୂମିକାରେ ଅର୍ଥାତ୍ ଅତିଥି କଳାକାର ଭୂମିକାରେ ନଜର ଆସିବେ ।
କିନ୍ତୁ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି ବବି ମିଶ୍ର । ବର୍ତ୍ତମାନ ବବି ୨-୩ଟି ସିନେମାର ସୁଟିଂରେ ବ୍ୟସ୍ତ ଥିଲାବେଳେ ଏଲିନା ତରଙ୍ଗ କ୍ୟାମ୍ପରେ ନାରୀ କୈନ୍ଦ୍ରିକ ସିନେମା ‘ପାପ’ର ସୁଟିଂ କରୁଛନ୍ତି ।
ସେହିପରି ଅଭିନେତା ରାଜବୀରଙ୍କ ଓଲିଉଡରେ ଏପର୍ଯ୍ୟନ୍ତ ଭାଗ୍ୟ ଫିଟିନି । ତାଙ୍କର ଚଳଚ୍ଚିତ୍ର ‘ଲଭ୍ ଫିଭର୍’ ଓ ‘କାଳିଆ ଦି ଫାଇଟର୍ ମ୍ୟାନ୍’ ଅଧାରେ ଅଟକିଛି । ତେବେ ‘ଅରୁନ୍ଧତୀ’ର ପ୍ରଯୋଜନା ପଛରେ ଅଜିତାଭ ମଲ୍ଲିକ ରହିଛନ୍ତି ।
ଏହାର ନିଦେ୍ର୍ଦଶନା ଦେଉଛନ୍ତି ରମେଶ ରାଉତ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ । ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର୍ ।
ଲୋକାଲ ୱାୟାର
Leave a Reply