ଭୁବନେଶ୍ୱର, ଡିସେମ୍ବର ୨୬(ଲୋକାଲ ୱାୟାର): ଓଡିଆ ଚଳଚ୍ଚିତ୍ର ‘ମନ ମୋ ନେଇ ଗଲୁ ରେ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ।
ଆଇଟିଇଆର୍ କ୍ୟାମ୍ପସରେ ସିନେମାର ମହୁରତ ହୋଇଥିଲାବେଳେ ସମସ୍ତ କଳାକାର, ନିର୍ଦେଶକ, ସଙ୍ଗୀତ ନିର୍ଦେଶକ ଉପସ୍ଥିତ ଥିଲେ ।
ଡ. ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ଏହି ସିନେମାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ପ୍ରଯୋଜକ ସୁନୀଲ ଦାସ ।
ଏହାର କାହାଣୀ ଦିଲ୍ଲୀପ କୁମାର ଦାସ ରଚନା କରିଛନ୍ତି । ଚିତ୍ରନାଟ୍ୟ, ସଂଳାପ ରଚନା ସାଙ୍ଗକୁ ନିର୍ଦେଶନା ଦେଉଛନ୍ତି ଅତି ପରିଚିତ ସଞ୍ଜୟ ନାୟକ ।
ସଙ୍ଗୀତ ନିର୍ଦେଶନା ଦେଉଛନ୍ତି ବୈଦ୍ୟନାଥ ଦାସ । ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡ଼ା ଓ ସଞ୍ଜୟ ନାୟକ ।
ଗୀତଗୁଡ଼ିକୁ ଗାଇବେ ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଜ୍ୟୋତିର୍ମୟୀ, ଅନ୍ତରା ଓ ପ୍ରଜ୍ଞା ।
ବର୍ତ୍ତମାନ କେବଳ ଶୀର୍ଷକ ସଙ୍ଗୀତଟି ରେକର୍ଡିଂ ସରିଛି । ଏପଟେ ଫିଲ୍ମର ସୁଟିଂ ଚାଲିଛି ।
ଭୁବନେଶ୍ୱର, କଟକ, ରାୟଗଡ଼ା ସମେତ ରାମୋଜୀ ଫିଲ୍ମ ସିଟିରେ ହେବ ବୋଲି ସୂଚନା ମିଳିଛି ।
ସିନେମାର ଲିଡରେ ନାୟକ ଭୂମିକାରେ ଜ୍ୟୋତି ଥିଲା ବେଳେ ନାୟିକା ଭୂମିକାରେ ଅଛନ୍ତି ଭୂମିକା ।
ଅନ୍ୟାନ୍ୟ ଚରିତ୍ରରେ ଜୀବନ ପଣ୍ଡା, ବିରାଜ ଦାସ, ଡ. ଅମିୟ ମିଶ୍ର, ବିଜୁ ବଡ଼ଜେନା, ପୁଷ୍ପା ପଣ୍ଡା ଓ କୁନା ତ୍ରିପାଠୀ ଅଭିନୟ କରୁଛନ୍ତି ।
ଲୋକାଲ ୱାୟାର
Leave a Reply