ଭୁବନେଶ୍ୱର, ଡିସେମ୍ବର ୧୨(ଲୋକାଲ ୱାୟାର): ରୂପେଲି ପରଦାରେ ଆସିବେ ଶହୀଦ ରେଣ୍ଡୋ ମାଝି ।
ତାଙ୍କ ଜୀବନୀ ଓ ସଂଘର୍ଷକୁ ନେଇ ନିର୍ମାଣ ହେଉଛି ଏକ ଚଳଚ୍ଚିତ୍ର । ଯାହାର ଶୀର୍ଷକ ରହିଛି ‘ରେଣ୍ଡୋ ମାଝି-ଦି ହିଡେନ୍ ଷ୍ଟୋରୀ ଅଫ୍ ୧୮୫୩’ ।
ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ରର ମହୁରତ କରିଥିଲେ ।
କୋଶଲୀ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟସ୍ତରରେ ବୁଝିବା ପାଇଁ ଇଂରାଜୀ ସବଟାଇଟେଲ୍ ରଖାଯାଇଛି ।
ଫିଲ୍ମର ମୁଖ୍ୟ ଚରିତ୍ର ରେଣ୍ଡୋ ମାଝିଙ୍କ ଭୂମିକାରେ ହଲିଉଡ, ବଲିଉଡ ତଥା ଦେଶର ବିଭିନ୍ନ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ମନୋଜ ମିଶ୍ର ଅଭିନୟ କରୁଛନ୍ତି । ଏହାର ନିଦେ୍ର୍ଦଶନା ଦେଉଛନ୍ତି ଅମରେଶ ଜେନା ।
ଏଥିରେ ପଙ୍କଜ ଜାଲ ସଙ୍ଗୀତ ନିଦେ୍ର୍ଦଶନା ଦେଉଥିବା ବେଳେ କାହାଣୀ ଓ ସଂଳାପ ଲେଖିଛନ୍ତି ନାଟ୍ୟକାର ପରମେଶ୍ୱର ମୁଣ୍ଡ ।
ମହୁରତ୍ ପରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି । ସୁଟିଂ ଲାଗି କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ରେଣ୍ଡୋ ମାଝିଙ୍କ ଇତିହାସରେ ବର୍ଣ୍ଣିତ ବିଭିନ୍ନ ଗାଁ ଓ ଜଙ୍ଗଲକୁ ନିଆଯାଇଛି ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply