ଭୁବନେଶ୍ୱର, ଫେବ୍ରୁଆରୀ ୨୨(ଲୋକାଲ ୱାୟାର): ବିଶ୍ୱ ମାତୃଭାଷା ଦିବସ ଅବସରରେ କବି ଶଙ୍କର୍ଷଣ ପରିଡ଼ାଙ୍କ ଆବହକତ୍ୱରେ ଓଡ଼ିଆ ଭାଷା ଓ ସୀମା ସମ୍ପର୍କିତ ଚିନ୍ତନ ଚକ୍ର ଅନୁଷ୍ଠିତ ହୋଇଯାଇଛି ।
କବି ତଥା ଚିନ୍ତକ ହରପ୍ରସାଦ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା ଏହି ସଭା ।
ଏଥିରେ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ଅଧିବକ୍ତା ଧରଣୀଧର ନାୟକ, ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନ, ଗବେଷକ ଅନୀଲ ଧୀର, କବି ତଥା ପ୍ରଶାସକ ପ୍ରଦୀପ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇ ସୁଚିନ୍ତିତ ମତାମତ ରଖିଥିଲେ ।
ସହ ଆବାହକ ଅଜିତ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଯୁଗ୍ମ ସହ ଆବାହକ ଡ. ଧର୍ମଛଡ଼ା ଧନ୍ୟବାଦ ଦେଇଥିଲେ ।
ଓଡ଼ିଶାର ସୀମାବର୍ତ୍ତୀ ରାଜ୍ୟମାନଙ୍କରେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ପଡ଼ୋଶୀ ରାଜ୍ୟମାନଙ୍କର ଅନୁପ୍ରବେଶକୁ ପ୍ରତିହତ କରିବା ନିମନ୍ତେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିବା ପାଇଁ ସଭାରେ ଅନୁରୋଧ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply