ଭୁବନେଶ୍ୱର, ମାର୍ଚ୍ଚ ୩୦(ଲୋକାଲ ୱାୟାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାବେ ଡ. ଭାଗ୍ୟଲିପି ମଲ୍ଲଙ୍କୁ ନିଯୁକ୍ତି ଦିଆଯାଇଛି ।
ସେ ରାଜ୍ୟ ସଂଗ୍ରହାଳୟର ନିଜ ଦାୟିତ୍ୱ ସହ ଏହି କାର୍ଯ୍ୟକୁ ଅତିରିକ୍ତ ଦାୟିତ୍ୱ ଭାବେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ତୁଲାଇବେ ।
ପୂର୍ବରୁ ଡ. ମଲ୍ଲ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଭାବେ ସଫଳତାର ସହ କାର୍ଯ୍ୟ କରିବା ସହିତ ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟର କୁ୍ୟରେଟର ଅଛନ୍ତି ।
ସେହିପରି ସଙ୍ଗୀତ ଗୁରୁ ଡ. ବିଜୟ କୁମାର ଜେନାଙ୍କୁ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ବର୍ତ୍ତମାନ ଡ. ଜେନା ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ଓଡ଼ିଶୀ କଣ୍ଠସଙ୍ଗୀତ ବିଭାଗର ମୁଖ୍ୟ ଅଧ୍ୟାପକ ଥିବାବେଳେ ପୂର୍ବରୁ ୨ବର୍ଷ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଛନ୍ତି ।
ପୂର୍ବରୁ ଏହି ଦୁଇଟିଯାକ ପଦବିରେ ଡ. ତମସାରାଣୀ ଦାସମହାପାତ୍ର କାର୍ଯ୍ୟ କରୁଥିଲେ ।
ସେ ସୋମବାର ଅବସର ଗ୍ରହଣ କରିବା ପରେ ଉକ୍ତ ପଦବି ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଲୋକାଲ ୱାୟାର
Leave a Reply